ଘୁଞ୍ଚିପାରେ ଡେଡଲାଇନ!

ଭୁବନେଶ୍ୱର: ଡିସେମ୍ବର୧ରୁ ନୂଆ ମୋଟର ଯାନ ଆଇନ ପୁଣି ଲାଗୁ ପାଇଁ ଯେଉଁ ଘୋଷଣା କରାଯାଇଛି ତାହା ଘୁଞ୍ଚି ଯାଇପାରେ। ଗାଡ଼ି କାଗଜପତ୍ର ପାଇଁ ଡେଡଲାଇନ ଘୁଞ୍ଚିପାରେ। ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କ ମନ୍ତବ୍ୟରୁ ଏହି ସଙ୍କେତ ମିଳିଛି। କାଗଜପତ୍ର ପାଇଁ ନଭେମ୍ବର ୩୦ ଡେଡଲାଇନ ନେଇ ମନ୍ତ୍ରୀ ଶ୍ରୀ ବେହେରା ନିଜ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ରାଜ୍ୟର ବିଭିନ୍ନ ଆରଟିଓ ଅଫିସରେ ଅସମ୍ଭବ ଭିଡ଼ ନେଇ ଖବର ଅଛି। ଲୋକମାନେ କେମିତି ଅସୁବିଧାରେ ପଡ଼ିବେନି ସେନେଇ ଦୃଷ୍ଟି ଦିଆଯାଉଛି। ଲୋକଙ୍କ ସୁବିଧା ପାଇଁ କଣ କରାଯାଇପାରିବ ବିଚାରବିମର୍ଶ କରୁଛୁ। ପହିଲାରୁ କଡ଼ାକଡ଼ି ହେବ କି ନାହିଁ ବିଭାଗ ପକ୍ଷରୁ ବିଚାର ବିମର୍ଶ ଚାଲିଥିବା କରାଯାଉଥିବା ମନ୍ତ୍ରୀ ଶ୍ରୀ ବେହେରା କହିଛନ୍ତି।
ସୂଚନା ଅନୁସାରେ, ଆଉ ୨ଦିନ ପରେ ଟ୍ରାଫିକ ନିୟମକୁ ନେଇ ଗାଡ଼ି ଚାଳକଙ୍କୁ ମୋଟ ଅଙ୍କର ଫାଇନକୁ କୋହଳ ପାଇଁ ଦିଆଯାଇଥିବା ୩ମାସର କଣ୍ଟ ପୁରିବାକୁ ଯାଉଛି। ରାଜ୍ୟ ସରକାର ଗାଡ଼ି କାଗଜପତ୍ର କରିବା ପାଇଁ ୩ମାସର ସମୟ ଦେଇଥିଲେ ମଧ୍ୟ ବହୁ ଲୋକ ଏଯାଏଁ କାଗଜପତ୍ର କରି ନାହାଁନ୍ତି। ତେଣୁ ଅଫିସ ଗୁଡିକ ଦିନ ୧୦ଟାରେ ଖୋଲୁଥିଲେ ମଧ୍ୟ ଭୋର ୪ଟାରୁ ଆସି ଲାଇନ ଲଗାଉଛନ୍ତି ଗାଡି ଚାଳକମାନେ।