ଆରମ୍ଭ ହେଲା ‘ହଙ୍ଗାମା ୨’ର ସୁଟିଂ

ମୁମ୍ବାଇ : ଖୁବ ଶ୍ରୀଘ୍ର ବଲିଉଡ଼ରେ ଅନ୍ୟ ଏକ ସିକ୍ୱେଲ ସିନେମା ଦେଖିବାକୁ ମିଳିବ । ସିନେମାର ନାଁ ରହିଛି ‘ହଙ୍ଗାମା ୨’। ଏହାର ପ୍ରଥମ ଭାଗ ୨୦୦୩ ରେ ରିଲିଜ ହୋଇଥିଲା । ହଙ୍ଗାମାରେ ଅକ୍ଷୟ କୁମାର, ରିମି ସେନ୍, ଅଫତାବ ଶିବଦାସାନୀ, ପରେଶ ରାଓ୍ଵଲ ଓ ସୋମା ଆନନ୍ଦ ପ୍ରମୁଖ ଚମତ୍କାର ଅଭିନୟ କରି ଦର୍ଶନଙ୍କ ମନ ଜିଣିଥିଲେ ।
ପ୍ରିୟଦର୍ଶନ ଏବେ ‘ହଙ୍ଗାମା ୨’ରେ ଏକ ନୂତନ କାହାଣୀକୁ ନେଇ ପୁଣିଥରେ ଆସୁଛନ୍ତି । ସିନେମାର ସୁଟିଂ ଆରମ୍ଭ ହୋଇଛି । ‘ହଙ୍ଗାମା ୨’ରେ ଶିଳ୍ପା ସେଟ୍ଟୀ କୁନ୍ଦ୍ରା ନଜର ଆସିବେ । ସେ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ଭିଡିଓ ସେୟାର କରି ସୂଚନା ଦେଇଛନ୍ତି ।
https://www.instagram.com/p/B7DClsJBSB7/
ଭିଡିଓ ସେୟାର କରି ଶିଳ୍ପା ଲେଖିଛନ୍ତି ‘ନୂଆ ଆରମ୍ଭ ହଙ୍ଗାମା ୨, ଦିନ ୧, ଖୁସି ଅଛି। ନର୍ଭସ ରହିଛି, ଜୋଶ୍ ରହିଛି, ଟେନ୍ସନ୍ ବି ଅଛି, ବିନମ୍ର ଅଛି ଓ ନିଜକୁ ଭାଗ୍ୟଶାଳୀ ମନେ କରୁଛି। ଅନେକ ଗୁଡ଼ିଏ ଭାବନାକୁ ଏକାଠି ଅନୁଭବ କରୁଛି। ଏହି ନୂଆ ଯାତ୍ରା ପାଇଁ ଆପଣ ସମସ୍ତଙ୍କ ଆଶୀର୍ବାଦ କାମନା କରୁଛି। ଆପଣଙ୍କ ଶିଳ୍ପା ସେଟ୍ଟୀ କୁନ୍ଦ୍ରା।’
ସୂଚନାଯୋଗ୍ୟ ଯେ, କମେଡି ସିନେମା ହଙ୍ଗମା ୨ର ପ୍ରଥମ ପୋଷ୍ଟର କିଛି ଦିନ ତଳେ ରିଲିଜ୍ ହୋଇଥିଲା। ଏଥିରେ ପରେଶ ରାଓ୍ଵଲଙ୍କ ସହ ଶିଳ୍ପା ସେଟ୍ଟୀ କୁନ୍ଦ୍ରା, ମିଜାନ ଜାଫରୀ ଓ ପ୍ରଣିତା ସୁବାସ ନଜର ଆସିଥିଲେ। ଗତ ଥର ପରେଶ ରାଓ୍ଵଲଙ୍କ ବିପକ୍ଷରେ ସୋମା ଆନନ୍ଦ ନଜର ଆସିଥିଲେ । ପ୍ରିୟଦର୍ଶନ ସିନେମାଟିର ନିର୍ଦ୍ଦେଶନା ଭାର ଉଠାଇଛନ୍ତି ।