Odisha Link
Bridging the Missing Links in Odisha

୧୪ରୁ ବିଧାନସଭା ବଜେଟ୍ ଅଧିବେଶନ

ଭୁବନେଶ୍ୱର: ଆସନ୍ତା ଫେବୃୟାରୀ ୧୪ତାରିଖରୁ ଅନୁଷ୍ଠିତ ହେବ ବିଧାନସଭାର ବଜେଟ୍ ଅଧିବେଶନ। ଏହି ଅଧିବେଶନ ଏପ୍ରିଲ ୯ ତାରିଖ ପର୍ଯ୍ୟନ୍ତ ଚାଲିବ। ମୋଟ ୩୧ ଦିନ ଧରି ଅଧିବେଶନ ବସିବାର କାର୍ଯ୍ୟକ୍ରମ ରହିଛି। ଅଧିବେଶନ ଆରମ୍ଭ ଦିନ ରାଜ୍ୟପାଳଙ୍କ ଅଭିଭାଷଣ ଓ ୧୮ତାରିଖରେ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପିତ ହେବ। ଦୁଇଟି ପର୍ଯ୍ୟାୟରେ ଚାଲିବାକୁ ଥିବା ଅଧିବେଶନ ଫେବୃୟାରୀ ୨୬ତାରିଖ ପର୍ଯ୍ୟନ୍ତ ଚାଲିବ। ଏହାପରେ ପୁଣିଥରେ ମାର୍ଚ୍ଚ ୧୧ରୁ ଏପ୍ରିଲ ୯ତାରିଖ ପର୍ଯ୍ୟନ୍ତ ଚାଲିବ। ବିଧାନସଭା ପକ୍ଷରୁ ଆଜି ଏନେଇ ବିଜ୍ଞପ୍ତି ଜାରି ହୋଇଛି।