ଦିଲ୍ଲୀରେ ଭୟାବହ ଅଗ୍ନିକାଣ୍ଡ, ୧୪ ଦମକଳ ନିୟୋଜିତ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଭୟାବହ ଅଗ୍ନିକାଣ୍ଡ। ଦିଲ୍ଲୀ ବିଜଓ୍ବାସନ ସ୍ଥିତ ଏକ ଗୋଦାମରେ ଘଟିଛି ଭୟାବହ ଅଗ୍ନିକାଣ୍ଡ। ନିଆଁ ଲିଭାଇବା ପାଇଁ ଘଟଣାସ୍ଥଳରେ ୧୪ଟି ଦମକଳଗାଡିକୁ ନିୟୋଜିତ କରାଯାଇଛି। ଏହି ଅଗ୍ନିକାଣ୍ଡରେ କେହି ମୃତାହତ ହୋଇଥିବା ନେଇ ସୂଚନା ମିଳିନାହିଁ।
ସୂଚନା ମୁତାମକ, ଆଜି ସକାଳୁ ବିଜଓ୍ବାସନ ସ୍ଥିତ ଏକ ଗୋଦାମରେ ନିଆଁ ଲାଗିଯାଇଛି। ନିଆଁ ଲାଗିବା ଦେଖି ସ୍ଥାନୀୟଲୋକ ଅଗ୍ନିଶମ ବିଭାଗ ଏବଂ ପୋଲିସକୁ ସୂଚନା ଦେଇଥିଲେ। ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବିଭାଗର ୧୪ଟି ଗାଡି ପହଞ୍ଚିଥିଲା। କେଉଁ କାରଣ ଯୋଗୁଁ ନିଆଁ ଲାଗିଛି ତାହା ସ୍ପଷ୍ଟ ହୋଇନାହିଁ।