ଭାଲେଣ୍ଟାଇନ ଡେକୁ ବିରୋଧ କରିବନି ବଜରଙ୍ଗ ଦଳ

ଭୁବନେଶ୍ବର: ପ୍ରେମୀ ଯୁଗଳ ପାଇଁ ଖୁସି ଖବର। ଏ ବର୍ଷ ଆଉ ଚୁଲି ଚୁଲି ଭାଲେଣ୍ଟାଇନ ଡେ ପାଳନ କରିବେ ନାହିଁ ପ୍ରମୀ ଯୁଗଳ। କାରଣ ଚଳିତ ବର୍ଷ ଭାଲେଣ୍ଟାଇନ ଡେକୁ ବିରୋଧ କରିବନି ବଜରଙ୍ଗ ଦଳ। ଏନେଇ ଆଜି ଘୋଷଣା କରିଛି ବଜରଙ୍ଗ ଦଳ। ଏହି ଦିବସଟିକୁ ଦଳ ନିରନ୍ତର ଭାବେ ବିରୋଧ କରିଆସୁଥିଲା। ମାତ୍ର ଚଳିତ ବର୍ଷ ଏହାକୁ ବିରୋଧ ନକରିବାକୁ ଘୋଷଣା କରିଛି ଦଳ। ଦଳ ପକ୍ଷରୁ କୁହାଯାଇଛି ଯେ, ଭାରତ ଏକ ଧର୍ମ ନିରପେକ୍ଷ ରାଷ୍ଟ୍ର। ଏଠାରେ ସବୁ ଧର୍ମର ମର୍ଯ୍ୟାଦା ରହିଛି। ସମସ୍ତେ ନିଜ ନିଜ ଧର୍ମକୁ ପାଳନ କରିପାରିବେ। ତେବେ ଭାଲେଣ୍ଟାଇନ ଡେ ଏକ ପାଶ୍ଚାତ୍ୟ ପରମ୍ପରା ହୋଇଥିବାରୁ ସବୁ ଧର୍ମର ଯୁବପିଢୀ ଏହାକୁ ବହୁତ ଧୂମ ଧାମରେ ପାଳନ କରୁଛନ୍ତି।
କିନ୍ତୁ ବଜରଙ୍ଗ ଦଳ କେବେ କୌଣସି ଧର୍ମ କିମ୍ବା କୌଣସି ଧାର୍ମିକ କାର୍ଯ୍ୟକ୍ରମକୁ ବିରୋଧ କରିନି କି ଆଗକୁ ମଧ୍ୟ କରିବନାହିଁ। ମାତ୍ର କିଛି ପାଶ୍ଚ୍ୟତ ପରମ୍ପରା ନାଁରେ ଭାରତରେ ଚାଲିଥିବା କୁତ୍ସିତ କଦାଚାର ତଥା ନଗ୍ନତାକୁ ବଜରଙ୍ଗ ଦଳ ଆଜି ଯାଏ ବିରୋଧ କରିଆସୁଛି। ଭାଲେଣ୍ଟାଇନ ଡେ ନାଁରେ ଅନେକ ସ୍ଥାନରେ ଅଗ୍ରହଣୀୟ କାର୍ଯ୍ୟ ତଥା ନଗ୍ନତା ଭଳି ଅପସଂସ୍କୃତିକୁ ଦେଖିବାକୁ ମିଳୁଥିବାରୁ ବଜରଙ୍ଗ ଦଳ ଏହାକୁ ବିରୋଧ କରୁଥିଲା। କିନ୍ତୁ ବିଡମ୍ବନାର ବିଷୟ ଲୋକେ ଭାବୁଛନ୍ତି ଯେ ବଜରଙ୍ଗ ଦଳ ପ୍ରେମକୁ ବିରୋଧ କରୁଛି ଏବଂ ବିରୋଧ ନାଁରେ ବଜରଙ୍ଗ ଦଳ ଗୁଣ୍ଡାଗର୍ଦ୍ଦି କରୁଛି। ଯାହାକି ସଂପୂର୍ଣ୍ଣ ଭୁଲ୍। ବଜରଙ୍ଗ ଦଳ ପ୍ରେମକୁ ବିରୋଧ କରେନି ବରଂ ପ୍ରେମ ନାଁରେ ହେଉଥିବା ଅପସଂସ୍କୃତିକୁ ବିରୋଧ କରେ ବୋଲି ଦଳ ପକ୍ଷରୁ କୁହାଯାଇଛି। ତେବେ ସେ ଯାହା ହେଉ ନା କାହିଁକି ଚଳିତ ଭାଲେଣ୍ଟାଇନ ଡେରେ କୌଣସି ପ୍ରକାରର ବିରୋଧାତ୍ମକ କାର୍ଯ୍ୟକ୍ରମ କରାଯିବନି ବୋଲି ଦଳ ପକ୍ଷରୁ ଘୋଷଣା ହୋଇଛି।
ସେହିଭଳି କିଛି ଅସମାଜିକ ବ୍ୟକ୍ତି ଆଗରୁ ଏମିତି ଘଟାଇଥିବା ବେଳେ ଏଥର କିପରି କିଛି ନଘଟାଇବେ ଓ ସେମାନଙ୍କ ଉପରେ ଦୃଢ କାକର୍ୟ୍ୟାନୁଷ୍ଠାନ ନେବା ପାଇଁ ସଂଗଠନ ପକ୍ଷରୁ ପୋଲିସ ପ୍ରସାଶନକୁ ଅନୁରୋଧ କରାଯାଇଛି। ପ୍ରେମ ଓ ଭଲପାଇବା ପୁରାତନ କାଳରୁ ଥିବା ବେଳେ ବର୍ତ୍ତମାନର ଆଧୁନିକ ସଂସ୍କୃତିକୁ ଯୁବ ପିଢି ମାନେ ଆପଣାଉଥିବାରୁ ବିଭିନ୍ନ ସଚେତନତା ପଦକ୍ଷେପ ମାଧ୍ୟମରେ ଯୁବପିଢିଙ୍କୁ ସଚେତନତା କରାଯିବ ବୋଲି ବଜରଙ୍ଗ ଦଳ ପକ୍ଷରୁ କୁହାଯାଇଛି।