ଶ୍ରୀ ମନ୍ଦିରରେ ସୁଡଙ୍ଗ ନାହିଁ : ଅଜୟ କୁମାର ଜେନା

ପୁରୀ: ଗଙ୍ଗାମାତା ମଠରେ ଥିବା ସୁଡଙ୍ଗ ପ୍ରସଙ୍ଗରେ ଶ୍ରୀ ମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା ପ୍ରତିକିୟା ରଖିଛନ୍ତି। ସେ କହିଛନ୍ତି ଯେ, ଶ୍ରୀ ମନ୍ଦିର ଭିତରୁ ଏଭଳି କୌଣସି ସୁଡଙ୍ଗ ଥିବା ପ୍ରମାଣ ନାହିଁ। କୌଣସି ସୁଡଙ୍ଗ ସହ ସଂଯୋଗ ଥିବା ସୁଡଙ୍ଗର ମଧ୍ୟ ପ୍ରମାଣ ନାହିଁ। ଯଦି ସୁଡଙ୍ଗ ଥିବା ଉପରେ ଚର୍ଚ୍ଚା ହେଉଛି, ତା ହେଲେ ଏହାର ଅନୁଧ୍ୟାନ କରାଯିବ। ଗଙ୍ଗାମାତା ମଠରେ ଥିବା ସୁଡଙ୍ଗ ସମ୍ପର୍କରେ ମଧ୍ୟ ଅନୁଧ୍ୟାନ କରାଯିବ। ଶ୍ରୀ ମନ୍ଦିର ଇଂଜିନିୟର ମାନଙ୍କୁ ନେଇ ପ୍ରଶାସନ ଅନୁଧ୍ୟାନ କରିବ। ଗଙ୍ଗାମାତା ମଠକୁ ଐତିହ୍ୟ ସ୍ଥାନ ଭାବେ ଗୁରୁତ୍ବ ଦେବାକୁ ମଧ୍ୟ ବିଚାର ହେବ।
ସୂଚନାଯୋଗ୍ୟ, ପୁରୀର ୫ଶହ ବର୍ଷ ପୁରାତନ ଗଙ୍ଗାମାତା ମଠ ସୁଡଙ୍ଗ ଏବେ ବିଦେଶୀମାନଙ୍କ ଦର୍ଶନୀୟ ସ୍ଥାନ ପାଲଟିଛି। ଗଙ୍ଗାମାତା ମଠରୁ ରତ୍ନବେଦୀ ପର୍ଯ୍ୟନ୍ତ ସୁଡ଼ଙ୍ଗ ଥିବା ଚର୍ଚ୍ଚା ହେଉଛି। ବିଦେଶୀଙ୍କୁ ଏହି ରାସ୍ତା ଦେଇ ଶ୍ରୀମନ୍ଦିର ରତ୍ନବେଦୀକୁ ଯିବା ଦେଖାଯାଉଛି। ଏହି ସୁଡ଼ଙ୍ଗ ପୁରୁଣା ରାଜବାଟୀ ଓ ରତ୍ନବେଦୀଙ୍କୁ ସଂଯୋଗ କରୁଥିବା ନେଇ ଐତିହାସିକ ପୂର୍ବରୁ ମତ ଦେଇଥିଲେ । ତେବେ ଏହି ସୁଡଙ୍ଗ ଦେଇ ବିଦେଶୀ ପର୍ଯ୍ୟଟକମାନେ ପ୍ରବେଶ ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି।
Comments are closed.