ଘୁଞ୍ଚିଲା ବ୍ୟାଙ୍କ ଧର୍ମଘଟ

ଭୁବନେଶ୍ବର: ଅନିର୍ଦ୍ଦିଷ୍ଟ କାଳ ପାଇଁ ଘୁଞ୍ଚିଲା ପ୍ରସ୍ତାବିତ ବ୍ୟାଙ୍କ ଧର୍ମଘଟ ଘୁଞ୍ଚିଲା। ଏନେଇ ସୂଚନା ଦେଇଛନ୍ତି ଅଲ୍ ଇଣ୍ଡିଆ ବ୍ୟାଙ୍କ ଅଫିସର ମହାସଂଘ ଆବାହକୁ ସମ୍ବିତ ମିଶ୍ର। ଇଣ୍ଡିଆନ୍ ବ୍ୟାଙ୍କ ଆସୋସିଏସନ ସହ କଥାବାର୍ତ୍ତା ଚାଲିଛି ବୋଲି କହିଲା ଏଆଇବିଓସି। ଆସନ୍ତା ୧୧ରୁ ୧୩ ଯାଏଁ ବ୍ୟାଙ୍କ ଧର୍ମଘଟ ପାଇଁ ନିଷ୍ପତ୍ତି ହୋଇଥିଲା।
ପ୍ରକାଶ ଯେ, ମାର୍ଚ୍ଚ ମାସରେ ଲଗାତାର ଭାବେ ୮ଦିନ ପର୍ଯ୍ୟନ୍ତ ବନ୍ଦ ରହିପାରେ ବ୍ୟାଙ୍କ। ଆସନ୍ତା ୮ତାରିଖରୁ ୮ ଦିନ ପର୍ଯ୍ୟନ୍ତ ବନ୍ଦ ରହିବା ନେଇ ଆଶଙ୍କା ରହିଛି । ୮, ୯, ୧୦ ତିନିଦିନ ସରକାରୀ ଛୁଟି ଥିବାବେଳେ ୧୧, ୧୨ ଓ ୧୩ ତାରିଖରେ ବ୍ୟାଙ୍କ କର୍ମଚାରୀ ଧର୍ମଘଟ କରିବା ନେଇ ସୂଚନା ମିଳିଛି। ୧୪ ତାରିଖରେ ଦ୍ୱିତୀୟ ଶନିବାର ଥିବାରୁ ବନ୍ଦ ରହିବ। ୧୫ ତାରିଖ ରବିବାର ଥିବାରୁ ଛୁଟି ରହିବ। ଏହିଭଳି ୮ଦିନ ବ୍ୟାଙ୍କ ବନ୍ଦ ରହୁଥିବାରୁ ଉପଭୋକ୍ତା ହଇରାଣ ହେବାର ଆଶଙ୍କ ରହିଛି। ଏଟିଏମ୍ ଗୁଡ଼ିକରେ ଏହା ସହିତ ବ୍ୟବସାୟୀଙ୍କ ଉପରେ ଏହାର ପ୍ରଭାବ ବେଶୀ ପଡିପାରେ ବୋଲି ଆଶଙ୍କା କରାଯାଉଛି। ତେଣୁ ଏହା ପୂର୍ବରୁ ବ୍ୟାଙ୍କର ସମସ୍ତ କାର୍ଯ୍ୟ ସମାପ୍ତ କରିବାକୁ ସୂଚନା ଦିଆଯାଇଛି।