କ୍ରିକେଟ ବିଶ୍ବକପ୍: ଟସ୍ ଜିତି ଟିମ୍ ଇଣ୍ଡିଆର ବ୍ୟାଟିଂ ନିଷ୍ପତ୍ତି

ମାଞ୍ଚେଷ୍ଟର: କ୍ରିକେଟ ମହାକୁମ୍ଭ ୨୦୧୯ର ୩୪ତମ ମ୍ୟାଚରେ ଟିମ୍ ଇଣ୍ଡିଆ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଛି। ବିଶ୍ୱକପରେ ୫ମ ବିଜୟ ସହ ସେମି ଫାଇନାଲରେ ନିଜର ସ୍ଥାନ ସୁରକ୍ଷିତ କରିବାକୁ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇବ। ଅନ୍ୟପକ୍ଷରେ ୱେଷ୍ଟଇଣ୍ଡିଜ୍ ଲଢ଼େଇ କରି ନ୍ୟୁଜିଲ୍ୟାଣ୍ଡ ଠାରୁ ୫ ରନରେ ପରାସ୍ତ ହୋଇଥିଲା। ବିଶ୍ୱକପ ସେମି ଫେଇନାଲ ରେସରୁ ୱେଷ୍ଟଇଣ୍ଡିଜ୍ ବାଦ୍ ପଡ଼ିଛି। ତଥାପି ଭାରତକୁ ହରାଇବା ପାଇଁ ଜେସନ ହୋଲଡରଙ୍କ ଦଳ ପୂରା ଦମ ଲଗାଇବ। ଟିମ୍ ଇଣ୍ଡିଆ ତା’ର ଚୂଡ଼ାନ୍ତ ଏକାଦଶରେ କୌଣସି ପରିବର୍ତ୍ତନ କରିନାହିଁ। ଭାରତ ୫ଟି ମ୍ୟାଚରୁ ୪ ବିଜୟ ସହ ୯ ପଏଣ୍ଟ ପାଇ ପଏଣ୍ଟ ଟେବୁଲର ତୃତୀୟ ସ୍ଥାନରେ ରହିଛି। ଗୋଟିଏ ମ୍ୟାଚ୍ ବର୍ଷା ଯୋଗୁ ବାତିଲ ହୋଇଥିଲା।
ଭାରତୀୟ ଦଳ: ବିରାଟ କୋହଲି(ଅଧିନାୟକ), ରୋହିତ ଶର୍ମା, ଲୋକେଶ ରାହୁଲ, ବିଜୟ ଶଙ୍କର, କେଦାର ଯାଦବ, ଏମ୍ ଏସ୍ ଧୋନି, ହାର୍ଦ୍ଦିକ ପାଣ୍ଡିଆ, କୁଲଦୀପ ଯାଦବ, ୟୁଜବେନ୍ଦ୍ର ଚାହାଲ, ଜଶପ୍ରୀତ୍ ବୁର୍ମା, ମହମ୍ମଦ ଶାମି
ଓ୍ବେଷ୍ଟଇଣ୍ଡିଜ ଦଳ: ଜଶନ ହୋଲଡ଼ର(ଅଧିନାୟକ), କ୍ରିଶ ଗେଲ, ସୁନୀଲ ଆମ୍ରିସ୍, ସାଇ ହୋପ, ନିକୋଲାଶ ପୁରାନ, ଶିମ୍ରନ ହେଟମାୟର, କାର୍ଲୋସ ବାର୍ଥଓ୍ବେଟ, ଫାବିନ ଆଲେନ, କେମାର ରୋଚ, ସେଲଡ଼ନ କଟ୍ରେଲ, ଓସାନେ ଥୋମାସ