ନିର୍ଭୟା ମାମଲା: ନୂଆ ଡେଥ୍ ଓ୍ୱାରେଣ୍ଟ ପାଇଁ ଆବେଦନ

ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ଘଟଣାରେ ଅନ୍ୟତମ ଦୋଷୀ ପବନ ଗୁପ୍ତାର ରାଜକ୍ଷମା ଆବେଦନକୁ ଆଜି ଖାରଜ୍ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ପୂର୍ବରୁ ଅନ୍ୟ ୩ ଦୋଷୀ ମଧ୍ୟ ରାଜକ୍ଷମା ଆବେଦନ କରିଥିଲେ। ଏଥିସହ ୪ ଦୋଷୀଙ୍କ ସମସ୍ତ ଆଇନଗତ ବିକଳ୍ପ ଶେଷ ହୋଇଯାଇଛି। ପବନ ଗୁପ୍ତାର ରାଜକ୍ଷମା ଖାରଜ ପରେ ନିର୍ଭୟା ଦୋଷୀଙ୍କୁ ଫାଶି ପାଇଁ ନୂଆ ଡେଥ୍ ଓ୍ୱାରେଣ୍ଟ୍ ଆବେଦନ କରାଯାଇଛି। ଟ୍ରାଏଲ୍ କୋର୍ଟରେ ଦିଲ୍ଲୀ ସରକାରରଙ୍କ ଜେଲ୍ ବିଭାଗ ପକ୍ଷରୁ ନୂଆ ଡେଥ୍ ଓ୍ୱାରେଣ୍ଟ୍ ପକ୍ଷରୁ ଆବେଦନ କରାଯାଇଛି। କୋର୍ଟ ଏହି ଆବେଦନ ଗ୍ରହଣ କରି ୪ ଦୋଷୀଙ୍କୁ ନୋଟିସ କରିଛନ୍ତି। ଆସନ୍ତାକାଲି ଦିନ ୨ଟାରେ କୋର୍ଟ ମାମଲାର ପରବର୍ତ୍ତୀ ଶୁଣାଣି କରିବେ।
ସୂଚନାଯୋଗ୍ୟ, ମାର୍ଚ୍ଚ ୩ ତାରିଖ ସକାଳ ୬ଟାରେ ନିର୍ଭୟା ଦୋଷୀମାନଙ୍କୁ ଫାଶୀ ଦିଆଯିବା ନେଇ ଧାର୍ଯ୍ୟ ହୋଇଥିଲା। କିନ୍ତୁ ଏହା ପୂର୍ବରୁ ୨ ତାରିଖ ଦିନ କୋର୍ଟ ୩ୟ ଥର ଲାଗି ଦୋଷୀମାନଙ୍କ ଫାଶୀ ତାରିଖ ଘୁଞ୍ଚାଇ ଦେଇଥିଲେ। ପୱନର ରାଜକ୍ଷମା ଆବେଦନ ରାଷ୍ଟ୍ରପତିଙ୍କ ନିକଟରେ ବିଚାରାଧୀନ ରହିଥିବାରୁ କୋର୍ଟ ଏହି ନିଷ୍ପତ୍ତି ନେଇଥିଲେ।