ଦ୍ୱିତୀୟ ବିଜୟ ପରେ ଆଜି ମୋଦିଙ୍କ ପ୍ରଥମ ମନ୍ କି ବାତ୍

ନୂଆଦିଲ୍ଲୀ: ଆଜିଠୁ ଆରମ୍ଭ ମନ୍ କି ବାତ୍ ସିଜିନ୍-୨। ମୋଦିଙ୍କ ଦ୍ବିତୀୟ ଇନିଂସର ପ୍ରଥମ ମନ୍ କି ବାତ୍ କାର୍ଯ୍ୟକ୍ରମ ଆଜି ଅନୁଷ୍ଠିତ ହେବ। ସାଧାରଣ ନିର୍ବାଚନରେ ବିପୁଳ ଭୋଟରେ ବିଜୟ ଲାଭ କରିଛନ୍ତି ମୋଦି ସରକାର। ମୋଦିଙ୍କ ପ୍ରଥମ ଇନିଂସରେ ସଫଳତାର ସହ ‘ମନ୍ କି ବାତ୍’ କାର୍ଯ୍ୟକ୍ରମ ସମ୍ପାଦନ ହୋଇଥିଲା। ମୋଦିଙ୍କ ଦ୍ବିତୀୟ ଇନିଂସରେ ପୁଣିଥରେ ଆଜିଠୁ ବହୁ ଲୋକପ୍ରିୟ କାର୍ଯ୍ୟକ୍ରମ ମନ୍ କି ବାତ୍ ଆରମ୍ଭ ହେବାକୁ ଯାଉଛି। ଏହି କାର୍ଯ୍ୟକ୍ରମ ଜରିଆରେ ରେଡିଓରେ ନିଜ ମନକଥା କହିବେ ପ୍ରଧାନମନ୍ତ୍ରୀ । ତେବେ ଏଥିପାଇଁ ଏକ ଟୋଲ୍ ଫ୍ରି ନମ୍ବର ଜାରି କରାଯାଇଛି । ଏହି ଟୋଲ୍ ଫ୍ରି ନମ୍ବର ହେଉଛି ୧୮୦୦-୧୧-୭୮୦୦। ଏହି ନମ୍ବର ଜରିଆରେ ଜନତା ନିଜର ମନ କଥା ଜଣାଇପାରିବେ ବୋଲି ସୂଚନା ରହିଛି।