Odisha Link
Bridging the Missing Links in Odisha

ଖୋର୍ଦ୍ଧାରେ ଏନକାଉଣ୍ଟର :ଖଣି ମାଫିଆଙ୍କ ସହ କ୍ରାଇମବ୍ରାଂଚ ଏସଟିଏଫର ଗୁଳି ବିନିମୟ

ଖୋର୍ଦ୍ଧା : ଗତକାଲି ରାତି ପ୍ରାୟ ସାଢେ ୧୦ଟାରେ ଖୋର୍ଦ୍ଧା ସହର ଟିଏଲସି ରୋଡର ଭାଲିଆବାଡି ଖେଳ ପଡ଼ିଆ ନିକଟରେ ଏନକାଉଣ୍ଟର ହୋଇଛି। ଖଣି ଓ ଡ୍ରଗସ୍ ମାଫିଆଙ୍କ ସହ କ୍ରାଇମବ୍ରାଂଚ ଏସଟିଏଫ ଟିମର ଗୁଳି ବିନିମୟ ହୋଇଥିଲା। ଏହି ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ସଞ୍ଜୁର ସହଯୋଗୀ ମନୋରଞ୍ଜନ ଗୋଡ଼ରେ ଗୁଳି ବାଜିଛି। ସଞ୍ଜୁ ଓ ତାର ଆଉ ୩-୪ଜଣ ସହଯୋଗୀ ଖସି ପଳାଇବାରେ ସକ୍ଷମ ହୋଇଛନ୍ତି। ଅଭିଯୁକ୍ତମାନେ ବ୍ୟବହାର କରିଥିବା କାର୍ ଓଡି-୦୨ଭି୩୮୮୦କୁ ମଧ୍ୟ ଏସଟିଏଫ୍ ଟିମ୍ ଜବତ କରିଛି।

କ୍ରାଇମବ୍ରାଞ୍ଚ ସୂତ୍ରରୁ ଜଣାପଡିଛି ମୁଖ୍ୟ ଅଭିଯୁକ୍ତ ସନ୍ଦୀପ ପ୍ରଧାନ ନାମରେ ବେଆଇନ୍ ଖଣି କାରବାର ନେଇ ଅଭିଯୋଗ ଥିଲା। ତାଙ୍କ ଗତିବିଧି ଉପରେ କ୍ରାଇମବ୍ରାଞ୍ଚ ଏସଟିଏଫ ଟିମ୍ ନଜର ରଖିଥିଲେ। ତେବେ ସନ୍ଦୀପ ତାଙ୍କର ସହଯୋଗୀ ମନୋରଞ୍ଜନ ସାହୁ ଓ ଅନ୍ୟ କେତେକଙ୍କୁ ନେଇ ଖୋର୍ଦ୍ଧା ସହରର ଟିଏଲସି ରୋଡ୍ ଅଞ୍ଚଳରେ ଅଛି ବୋଲି କ୍ରାଇମବ୍ରାଞ୍ଚକୁ ସୂଚନା ମିଳିଥିଲା।

ଏହି ସୂଚନା ଆଧାରରେ ଏସଟିଏଫ ଅଧିକାରୀ ଆଲୋକ ଜେନାଙ୍କ ନେତୃତ୍ବରେ ପୁଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲେ। ତେବେ ପୁଲିସକୁ ଦେଖି ଏହି ଗୋଷ୍ଠୀ ଖସିଯିବାକୁ ଉଦ୍ୟମ କରୁଥିବା ବେଳେ ପୁଲିସ ସେମାନଙ୍କୁ ଅଟକାଇବା ପାଇଁ ଉଦ୍ୟମ କରିଥିଲା। ଏହି ସମୟରେ ସେମାନେ ପୁଲିସକୁ ଆକ୍ରମଣ କରି ଖସିଯିବାକୁ ଚେଷ୍ଠା କରିବାରୁ ପୁଲିସ ଗୁଳି ଚଳାଇଥିଲା।

Comments are closed.