Odisha Link
Bridging the Missing Links in Odisha

କ୍ରିକେଟ ବିଶ୍ବକପ୍: ୨ ଏସୀୟ ରାଷ୍ଟ୍ର ମୁହାଁମୁହିଁ, ବାଲାଂଦେଶ ପାଇଁ କର ବା ମର ସ୍ଥିତି

ବର୍ମିଂହାମ: ଆଉ ଅଳ୍ପ ସମୟ ପରେ କ୍ରିକେଟ ମହାକୁମ୍ଭରେ ସାମ୍ନାସାମି ହେବ ୨ ଏସୀୟ ରାଷ୍ଟ୍ର ଭାରତ ଏବଂ ବାଲାଂଦେଶ। କ୍ରକେଟ ମହାକୁମ୍ଭର ୪୦ ତମ ମ୍ୟାଚରେ ଆଜି ପଡ଼ିଆକୁ ଓହ୍ଲାଇବେ ଟିମ୍‌ ଇଣ୍ଡିଆ ଏବଂ ବାଲାଂଦେଶ। ଏହି ମ୍ୟାଚଟି ଏଜବାଷ୍ଟନରେ ଅପରାହ୍ନ ୩ଟାରେ ଖେଳାଯିବ। ଇଂଲଣ୍ଡ ବିପକ୍ଷ ମ୍ୟାଚରେ ପରାଜୟ ବରଣ କରିଥିବା ଟିମ୍‌ ଇଣ୍ଡିଆ ଦଳରେ କିଛିଟା ପରିବର୍ତ୍ତନ କରି ପାରେ। ସେପଟେ ଟିମ୍ ଇଣ୍ଡିଆରେ ଆଜି ସ୍ଥାନ ପାଇପାରନ୍ତି ରବୀନ୍ଦ୍ର ଜାଡେଜା। ଉଭୟ ଭାରତ ଏବଂ ବାଂଲାଦେଶ ପାଇଁ ଏହି ମୁକାବିଲା ବେଶ ଗୁରୁତ୍ୱପୂର୍ଣ୍ଣ। କାରଣ ଏହି ମ୍ୟାଚ ଜିତିଲେ ସେମିଫାଇନାଲରେ ନିଜ ସ୍ଥିତି ଜାହିର କରିବ ଭାରତ ସେପଟେ ବାଂଲାଦେଶ ହାରିଲେ ସେମିଫାଇନାଲ ଆଶା ମଉଳିଯିବ। ତେଣୁ ବାଂଲାଦେଶ ପାଇଁ ଏହି ମ୍ୟାଚ କର ବା ମର ସ୍ଥିତି ସୃଷ୍ଟି କରିଛି । ଅନ୍ୟପକ୍ଷରେ ଭାରତ ଏହି ମ୍ୟାଚ ଜିତି ସେମିଫାଇନାଲରେ ସ୍ଥାନ ପକ୍କା କରିବାକୁ ଚାହିଁବ। ଏଜବାଷ୍ଟନ ଗ୍ରାଉଣ୍ଡର ପରିସ୍ଥିତିକୁ ଦେଖି ଭାରତ କେଦାର ଯାଦବ ଏବଂ ୟୁଜବେନ୍ଦ୍ର ଚହଲଙ୍କୁ ବାଦ ଦେଇପାରେ । ସେମାନଙ୍କ ସ୍ଥାନରେ ଭୁବନେଶ୍ୱର କୁମାର ଏବଂ ରବୀନ୍ଦ୍ର ଜାଡେଜାଙ୍କୁ ମିଳିପାରେ ସୁଯୋଗ। ଭାରତ ଏ ଯାଏଁ ୭ଟି ମ୍ୟାଚରୁ ୧୧ପଏଣ୍ଟ ହାସଲ କରିଛି। ଏବଂ ଏହି ମ୍ୟାଚ ଜିତିଲେ ସେମିଫାଇନାଲରେ ଖେଳିବା ସୁନିଶ୍ଚିତ ହୋଇଯିବ।


ଇଂଲଣ୍ଡ ଠାରୁ ୩୧ ରନରେ ହାରିବା ପରେ ବିଭିନ୍ନ ମହଲରେ ଟିମ ଇଣ୍ଡିଆକୁ ସମାଲୋଚନାର ଶିକାର ହେବାକୁ ପଡିଛି । ବିଶେଷ କରି ଶେଷ ୧୦ ଓଭରରେ କେଦାର ଯାଦବ ଏବଂ ମହେନ୍ଦ୍ର ସିଂହ ଧୋନୀଙ୍କ ପ୍ରଦର୍ଶନକୁ ନେଇ ପ୍ରଶ୍ନ ଉଠିଛି । କାରଣ ଶେଷ ୫ଓଭରରେ ମାତ୍ର ୩୯ରନ ସଂଗ୍ରହ କରିଥିଲା ଏହି ଯୋଡି । ଉଭୟ ଖେଳାଳି କୌଣସି ବଡ ସଟ ଖେଳିନଥିଲେ । ଏପରି ସ୍ଥିତିରେ ଆଜିର ମ୍ୟାଚ ଉପରେ ସମସ୍ତଙ୍କ ନଜର ରହିଛି । ବିଶ୍ୱକପରେ ଏଯାଏ ଭାରତ ଏବଂ ବାଂଲାଦେଶ ମଧ୍ୟରେ ୩ଟି ମ୍ୟାଚ ଖେଳାଯାଇଛି । ଏଥିରୁ ଭାରତ ୨ଟିରେ ଏବଂ ବାଂଲାଦେଶ ଗୋଟିଏରେ ବିଜୟ ଲାଭ କରିଛନ୍ତି । ୨୦୦୭ରେ ବାଂଲାଦେଶ ଜିତିଥିବା ବେଳେ ୨୦୧୧ ଏବଂ ୨୦୧୫ରେ ଭାରତ ଜିତିଥିଲା ।

Comments are closed.