Odisha Link
Bridging the Missing Links in Odisha

ମହାରାଷ୍ଟ୍ରରେ ଲଗାଣ ବର୍ଷା ଯୋଗୁଁ ଭାଙ୍ଗିଲା ଡ୍ୟାମ୍: ୬ ମୃତ, ୨୩ ନିଖୋଜ

ବମ୍ବେ: ବର୍ଷାରେ ବେହାଲ ବମ୍ବେ ସହର। ଲଗାଣ ବର୍ଷା ଯୋଗୁଁ ମହାରାଷ୍ଟ୍ରରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଲଗାଣ ବର୍ଷା କାରଣୁ ମହାରାଷ୍ଟ୍ରର ରତ୍ନଗିରି ଜିଲ୍ଲାରେ ଥିବା ତିୱାରେ ଡ୍ୟାମ ବନ୍ଧ ଭାଙ୍ଗି ଯାଇଛି। ଯାହାଫଳରେ ଯାଇ ବ୍ୟାପକ କ୍ଷୟକ୍ଷତି ଘଟିଛି। ଏଥିଯୋଗୁ ୭ଟି ଗାଁ ଜଳମଗ୍ନ ହୋଇଯାଇଛି। ହଠାତ୍ ପାଣି ମାଡ଼ି ଆସିବା ଯୋଗୁ ୬ ଜଣଙ୍କ ମୃତ୍ୟୁ ଯାଇଛି । ୨୩ରୁ ଊର୍ଦ୍ଧ୍ୱ ଲୋକ ନିଖୋଜ ଥିବା ଖବର ମିଳିଛି । ବନ୍ୟା ସୁଅରେ ପ୍ରାୟ ୧୨ରୁ ଅଧିକ କୋଠା ଧସି ଯାଇ ପାଣିରେ ଭାସି ଯାଇଛି।

ବିପନ୍ନଙ୍କୁ ଉଦ୍ଧାର କରିବା ଲାଗି ଘଟଣାସ୍ଥଳରେ ଏନଡିଆରଏଫ, ଅଗ୍ନିଶମ ବିଭାଗ ସହ ଅନ୍ୟ ଉଦ୍ଧାରକାରୀ ଟିମ୍ ପହଞ୍ଚିଛନ୍ତି । ସର୍ଚ୍ଚ ଏବଂ ରେସ୍କ୍ବୁ ଅପରେସନ୍ ଜୋରଦାର କରାଯାଇଛି। ଡ୍ୟାମ ପାର୍ଶ୍ୱ ଅଞ୍ଚଳରୁ ବିପନ୍ନଙ୍କୁ ଉଦ୍ଧାର କରି ସୁରକ୍ଷିତ ସ୍ଥାନକୁ ନିଆଯାଉଛି।

Comments are closed.