Odisha Link
Bridging the Missing Links in Odisha

ଆଜି ନବୀନ ନିବାସରେ ବିଜେଡି ବିଧାୟକଙ୍କ ବୈଠକ

ଭୁବନେଶ୍ବର : ବିଧାନସଭା ପ୍ରଥମ ପର୍ଯ୍ୟାୟ ଅଧିବେଶନ ଶେଷ ହେବା ପରେ ଆଜି ବିଧାୟକଙ୍କ ବୈଠକ ଡାକିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ନୂଆ ବିଧାୟକମାନେ ନବୀନ ନିବାସରେ ପହଞ୍ଚିବା ପରେ ବୈଠକ ଆରମ୍ଭ ହେବ । ଦଳର ସାଙ୍ଗଠନିକ ସ୍ଥିତି କିପରି ଆହୁରି ସୁଦୃଢ କରାଯାଇପାରିବ ସେନେଇ ବୈଠକରେ ଆଲୋଚନା କରାଯିବ ।

ଏହାସହ ଦଳର ବିଭିନ୍ନ ସଙ୍ଗଠନ ଯେମିତିକି ଯୁବ, ଛାତ୍ର ଓ ମହିଳା ବିଜେଡିର ନେତୃତ୍ବ ପରିବର୍ତ୍ତନ କରାଯିବାର ସମ୍ଭାବନା ରହିଛି । କିଛି ବିଧାୟକଙ୍କୁ ନୂଆ ଦାୟିତ୍ବ ଦେଇପାରନ୍ତି ନବୀନ । ପରେ ପାଟକୁରା ନିର୍ବାଚନ ନେଇ ମଧ୍ୟ ବୈଠକରେ ଆଲୋଚନା କରିପାରନ୍ତି ନବୀନ । ଏହା ପରେ ନବୀନ ଦଳର କିଛି ପୁରୁଖା ବିଧାୟକଙ୍କୁ ନେଇ ମଧ୍ୟ ଏକ ବୈଠକ କରିବେ ବୋଲି ସୂଚନା ମିଳିଛି।

Comments are closed.