ଓଡ଼ିଶା: କଳା ଗାଉନ୍, କଳା କୋର୍ଟ ପିନ୍ଧିବେନି ଓକିଲ

କଟକ: ଆଇନଜୀବୀମାନେ କଳା କୋର୍ଟ ଓ କଳା ଗାଉନ୍ ପିନ୍ଧିବେନାହିଁ। ସେମାନେ ଏଣିକି କେବଳ ଧଳା ଡ୍ରେସ୍ ପିନ୍ଧିବେ। ଏଭଳି ପରାମର୍ଶ ଦେଇଛନ୍ତି ଓଡ଼ିଶା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ନ୍ୟାୟାଧୀଶ। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ହାଇକୋର୍ଟ ଏଭଳି ନିଷ୍ପତ୍ତି ନେଇଛନ୍ତି।
ବର୍ତ୍ତମାନ କରୋନା ସଂକ୍ରମଣ ସମୟରେ ଆଇନଜୀବୀମାନେ ଭର୍ଚୁଆଲ କୋର୍ଟରେ କାମ କରୁଥିବା ବେଳେ ସେମାନଙ୍କୁ କଳା କୋର୍ଟ ଓ କଳା ଗାଉନ୍ ନ ପିନ୍ଧିବା ପାଇଁ ମୁଖ୍ୟ ନ୍ୟାୟାଧୀଶ ପରାମର୍ଶ ଦେଇଛନ୍ତି। ବଦଳରେ ସେମାନା କେବଳ ସାଧାରଣ ଧଳା ସାର୍ଟ, ସାଲଓ୍ବାର-କମୀଜ୍, ଧଳା ଶାଢ଼ୀ ସହ ସାଧାରଣ ଧଳା ନେକ୍ ବ୍ୟାଣ୍ଡ ପିନ୍ଧିପାରିବେ ବୋଲି ହାଇକୋର୍ଟ ପକ୍ଷରୁ ଗତକାଲି ଜାରି ପରିପତ୍ରରେ କୁହାଯାଇଛି। ବର୍ତ୍ତମାନର ଜରୁରୀ ସ୍ବାସ୍ଥ୍ୟ ସମସ୍ୟା ଥିବା ପର୍ଯ୍ୟନ୍ତ ଓ ପୁନର୍ବାର ଏ ନେଇ କୌଣସି ନିର୍ଦ୍ଦେଶ ଆସିବା ଯାଏଁ ଏହି ପରାମର୍ଶକୁ ମାନିବା ପାଇଁ ଆଇନଜୀବୀମାନଙ୍କୁ କୁହାଯାଇଛି।
ଦୁଇଦିନ ତଳେ ସର୍ବୋଚ୍ଚ ନ୍ୟାୟାଳୟ ସୁପ୍ରିମ୍ କୋର୍ଟ ମଧ୍ୟ ସମାନ ନିର୍ଦ୍ଦେଶ ଦେଇଥିଲେ।
Comments are closed.