Odisha Link
Bridging the Missing Links in Odisha

କୋଲକାତାରେ ପ୍ରଧାନମନ୍ତ୍ରୀ ମୋଦି

କଲୋକାତା: ମହାବାତ୍ୟା ଅମ୍ଫନର କ୍ଷୟକ୍ଷତି ଅନୁଧ୍ୟାନ କରିବା ପାଇଁ କଲୋକାତରେ ପହଁଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କୋଲକାତା ବିମାନବନ୍ଦରରେ ପହଁଚିବା ପରେ ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଢଙ୍କର ସ୍ୱାଗତ କରିଥିଲେ। କୋଲକାତା ବିମାନବନ୍ଦରରୁ ମୋଦି ହେଲିକପ୍ଟରରେ କ୍ଷୟକ୍ଷତି ଅନୁଧ୍ୟାନ କରିବେ।

ସେଠାରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଓ ଅଧିକାରୀମାନଙ୍କ ସହ ଆଲୋଚନା କରିବା ପରେ ସେ ଓଡ଼ିଶା ଅଭିମୁଖେ ବାହାରିବେ। ଭୁବନେଶ୍ୱରରେ ପହଁଚିବା ପରେ ମୋଦି ହେଲିକପ୍ଟର ଯୋଗେ କ୍ଷୟକ୍ଷତି ଅନୁଧ୍ୟାନ କରିବେ। ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ ସହ ମଧ୍ୟ ସେ ଆଲୋଚନା କରିବେ।

ଓଡ଼ିଶା ଓ ପଶ୍ଚିମବଙ୍ଗର ବାତ୍ୟା କ୍ଷୟକ୍ଷତି ଅଂଚଳ ଦେଖିବା ପରେ ପ୍ରଧାନମନ୍ତ୍ରୀ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରିବେ ବୋଲି ଜାଣିବାକୁ ମିଳିଛି। ପଶ୍ଚିମବଙ୍ଗରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ସ୍ଥିତି ପରଖିବା ପାଇଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ।