Odisha Link
Bridging the Missing Links in Odisha

ରାଜ୍ୟରେ ଗତ ୨୪ ଘଣ୍ଟାରେ ୫୧୩୨୦ କରୋନା ଟେଷ୍ଟ

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟାରେ ୫୧ ହଜାର ୩୨୦ କରୋନା ଟେଷ୍ଟ ହୋଇଛି। ଏନେଇ ବୁଧବାର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ଆରଟିପିସିଆର, ଆଣ୍ଟିଜେନ, ଟ୍ରୁନଟ୍‌ ମାଧ୍ୟମରେ କରୋନା ଟେଷ୍ଟ କରାଯାଇଛି। ଗତ ୨୪ ଘଣ୍ଟାରେ ଆରଟିପିସିଆରରେ ୯ ହଜାର ୦୦୬, ଆଣ୍ଟିଜେନରେ ୪୨ ହଜାର ୨୦୨ ଓ ଟ୍ରୁନଟ୍ ମାଧ୍ୟମରେ ୧୧୨ଟି ଟେଷ୍ଟ କରାଯାଇଛି।

ଇତିମଧ୍ୟରେ ରାଜ୍ୟରେ କୋଭିଡ ଟେଷ୍ଟ ସଂଖ୍ୟ ୨୫ ଲକ୍ଷ ଟପିସାରିଛି। କରୋନା ମୁକାବିଲା କ୍ଷେତ୍ରରେ ରାଜ୍ୟ ସରକାର ଟେଷ୍ଟିଂକୁ ଗୁରୁତ୍ୱ ଦେଉଛନ୍ତି। ବର୍ତ୍ତମାନ ରାଜ୍ୟରେ ଦୈନିକ ୪୦ରୁ ୫୦ ହଜାର କୋଭିଡ୍ ଟେଷ୍ଟ କରାଯାଉଛି।