ଗୁଗୁଲ ପ୍ଲେ ଷ୍ଟୋରରୁ ହଟିଲା ପେଟିଏମ୍ ଆପ୍, କଣ ପାଇଁ ଜାଣନ୍ତୁ

ନୂଆଦିଲ୍ଲୀ: ଗୁଗୁଲ ପ୍ଲେ ଷ୍ଟୋରରୁ ହଟିଲା ପେଟିଏମ୍ ଆପ୍। ଯାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଏନେଇ ଗୁଗୁଲ ପକ୍ଷରୁ କୁହାଯାଇଛି ଯେ, ଗୁଗୁଲ କେବେବି ଜୁଆ ଖେଳ ସହତ ଜଡ଼ିତ ଆପକୁ ସମର୍ଥନ ଦେବ ନାହିଁ। ପେଟିଏମ୍ ଏବଂ ୟୁପିଆଇ ଆପ୍ One97 Communication Ltd ଦ୍ବାରା ଡେଭେଲପ୍ କରାଯାଇଛି। ବର୍ତ୍ତମାନ ଏହି ଆପକୁ ଗୁଗୁଲ ପ୍ଲେ ଷ୍ଟୋରରେ ସର୍ଚ କରିବା ସତ୍ତ୍ବେ ମିଳୁନାହିଁ। ପେମେଣ୍ଟ ଆପ୍ ପେଟିଏମ୍ ଗୁଗୁଲ ପ୍ଲେ ଷ୍ଟୋରରୁ ହଟିଥିଲେ ସୁଦ୍ଧା ପେଟିଏମ୍ ମନି, ପେଟିଏମ୍ ମଲ ଏବଂ କମ୍ପାନୀର ମାଲିକାନାରେ ଥିବା ଅନ୍ୟ ଆପ୍ ଗୁଡ଼ିକ ଗୁଗୁଲ ପ୍ଲେ ଷ୍ଟୋରର ଉପଲବ୍ଧ ଅଛି।
ଗୁଗୁଲ ପକ୍ଷରୁ କୁହାଯାଇଛି ଯେ, ଗୁଗୁଲ କେବେବି ଜୁଆ ଖେଳ ସହତ ଜଡ଼ିତ ଆପକୁ ସମର୍ଥନ ଦେବ ନାହିଁ। ଯାହା କୀଡ଼ା ବେଟିଂକୁ ସୁହାଇ ଥାଏ। ପେଟିଏମ୍ ଗୁଗୁଲର ନିର୍ଦ୍ଦେଶାବଳୀ ଉଲଂଘନ କରୁଥିବାରୁ ପ୍ଲେଷ୍ଟୋରରୁ ପେଟିଏମ୍ ଆପକୁ ହଟାଇ ଦେଇଛି ଗୁଗୁଲ।