ଇଂଲଣ୍ଡ ଛାଡି ମୁମ୍ବାଇରେ ହିଟମ୍ୟାନ୍ ରୋହିତ

ମୁମ୍ବାଇ: ଗତକାଲି ଖେଳାଯିବ ୨୦୧୯ କ୍ରିକେଟ ମହାକୁମ୍ଭର ଫାଇନାଲ ମ୍ୟାଚ୍। ଏଥି ସହିତ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ। ଜୁଲାଇ ୧୦ ତାରଖରେ ଖେଳାଯାଇଥିବା ପ୍ରଥମ ସେମିଫାଇନାଲ ମୁକାବିଲାରେ ଟିମ୍ ଇଣ୍ଡିଆ ନ୍ୟୁଜିଲାଣ୍ଡ ଠାରୁ ୧୮ ରନରେ ପରାସ୍ତ ହୋଇଥିଲା। ଯାହାଫଳରେ ଟିମ୍ ଇଣ୍ଡିଆ ବିଶ୍ବକପରୁ ବାଦ ପଡ଼ିସାରିଛି। ଟିମ୍ ଇଣ୍ଡିଆର ଏହି ପରାଜୟରେ ଓପନର ରୋହିତ ଶର୍ମା ସବୁଠୁ ବେଶି ନିରାଶ ହୋଇଥିବାର ଦେଖିବାକୁ ମିଳିଥିଲା। ଏଥି ସହିତ ପୁରା ଟିମ୍ ଇଣ୍ଡିଆ ମଧ୍ୟ ନିରାଶ ହୋଇଥିଲା।
https://www.instagram.com/p/Bz2ELlBHRYe/?utm_source=ig_web_copy_link
ଟିମ୍ ଇଣ୍ଡିଆର ପୁରା ଟିମ୍ ଇଂଲଣ୍ଡରେ ଥିବା ବେଳେ ଆଜି ରୋହିତ ଶର୍ମାଙ୍କୁ ନିଜ ପରିବାର ସହିତ ମୁମ୍ବାଇଏୟାରପୋର୍ଟରେ ଦେଖିବାକୁ ମିଳିଥିଲା। ସୂଚନାମୁତାବିକ ଟିମ୍ ଇଣ୍ଡିଆ ଆସନ୍ତାକାଲି ଭାରତ ଫେରିବ। ସୂଚନାଥାଉକି, ରୋହିତ ଶର୍ମା ବିଶ୍ୱକପ ୨୦୧୯ରେ ସର୍ବାଧିକ ୫ଟି ଶତକ ହାସଲ କରିବା ସହିତ ଗୋଟିଏ ଅର୍ଦ୍ଧଶତକ ମଧ୍ୟ ମାରିଥିଲେ। ଟୁର୍ଣ୍ଣାମେଣ୍ଟରେ ବର୍ତ୍ତମାନ ସୁଦ୍ଧା ରୋଦିତ ହିଁ ସର୍ବାଧିକ ରନ ସ୍କୋରର ହୋଇ ରହିଛନ୍ତି । ରୋହିତ ଶର୍ମା ଚଳିତ ବିଶ୍ୱକପରେ ବର୍ତ୍ତମାନ ସୁଦ୍ଧା ସର୍ବାଧିକ ୬୪୮ ରନ କରିଥିବା ବେଳେ ତାଙ୍କ ପଛରେ ନ୍ୟୁଜିଲାଣ୍ଡର ଅଧିନାୟକ ୱିଲିମସନ ଓ ଇଂଲଣ୍ଡର ଜଏ ରୁଟ୍ ଅଛନ୍ତି ଯାହାଙ୍କ ପାଖରେ ରୋହିତଙ୍କୁ ଗାଦିଚ୍ୟୁତ କରିବାର ସୁଯୋଗ ରହିଛି। ଯଦି ଦୁହେଁ ଶତକ ହାସଲ କରନ୍ତି ତେବେ ରୋହିତଙ୍କ ପଛରେ ପକାଇବାରେ ସକ୍ଷମ ହେବେ।