ସ୍ୱର୍ଗଦ୍ୱାରରୁ ହଟିଲା କଟକଣା

ପୁରୀ: ସ୍ୱର୍ଗଦ୍ୱାରରୁ ହଟିଲା କଟକଣା। କରୋନା ମହାମାରୀ ପାଇଁ ପୁରୀ ସ୍ୱର୍ଗଦ୍ୱାରରେ ଶବ ସଂସ୍କାର ନେଇ ଲଗାଯାଇଥିବା କଟକଣାକୁ ହଟାଯାଇଛି। ଏଣିକି ପୁରୀ ଜିଲ୍ଲା ବାହାରର ବ୍ୟକ୍ତି ନିଜ ଆତ୍ମୀୟଙ୍କ ଅନ୍ତିମ ସଂସ୍କାର ପୁରୀ ସ୍ୱର୍ଗଦ୍ୱାରରେ କରିପାରିବେ। ସ୍ୱର୍ଗଦ୍ୱାରରୁ କଟକଣା ହଟିବା ନେଇ ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂହ ସୂଚନା ଦେଇଛନ୍ତି।
ଜିଲ୍ଲାରେ ସଂକ୍ରମଣ ହାର କମିଥିବାରୁ ସ୍ୱର୍ଗଦ୍ୱାରରୁ କଟକଣାକୁ ହଟାଯାଇଥିବା ଜଣାଯାଇଛି। ତେବେ ଶବ ସତ୍କାର ବେଳେ କୋଭିଡ ଗାଇଡଲାଇନ ପାଳନ କରିବା ଜରୁରୀ ବୋଲି ଜିଲ୍ଲାପାଳ କହିଛନ୍ତି। ଏତିସହ ଶବ ସକ୍ରାର ବେଳେ ୨୦ ଜଣରୁ ଅଧିକ ଲୋକ ଯିବେ ନାହିଁ। ଏପରିକି ସମସ୍ତେ ମାସ୍କ ପିନ୍ଧିବେ ବୋଲି କୁହାଯାଇଛି।