ଦେଶରେ କରୋନା: ୪୫,୨୩୦ ଆକ୍ରାନ୍ତ ଚିହ୍ନଟ, ୪୯୬ ମୃତ

ନୂଆଦିଲ୍ଲୀ: ଦେଶରେ କିଛି ଦିନ ହେବ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଦେଶରେ ୪୫,୨୩୦ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିସହ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୨ ଲକ୍ଷ ୨୯ ହଜାର ୩୧୩ରେ ପହଞ୍ଚିଛି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି।
ଦେଶରେ ମୋଟ ଗତ ୨୪ ଘଣ୍ଟାରେ ୪୯୬ ଜଣ ମୃତ୍ୟୁବରଣ କରିଥିବା ବେଳେ ୫୩୨୮୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଦେଶରେ ମୋଟ ୫୬୧୯୦୮ ଜଣ ସକ୍ରିୟ ସଂକ୍ରମିତ ଥିବାବେଳେ ମୃତ୍ୟୁ ସଂଖ୍ୟା ୧,୨୨,୬୦୭ କୁ ବୃଦ୍ଧି ପାଇଛି।