ଏନସିବିରେ ହାଜର ହେବେ ଅର୍ଜୁନ

ମୁମ୍ବାଇ: ବଲିଉଡରେ ଡ୍ରଗ୍ସ ଲିଙ୍କର ମାମଲା ଧିରେ ଧିରେ ଗୁମର ଖୋଲିବାରେ ଲାଗିଛି ଏନସିବି। ଏଥିରେ ଅନେକ ଅଭିନେତା ଓ ଅଭିନେତ୍ରୀଙ୍କ ନାଁ ଆସିବା ପରେ ବଲିଉଡ଼ରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ତେବେ ଏନସିବି ଡ୍ରଗ୍ସଲିଙ୍କ୍ ଚେର କେତେ ବାଟ ଲମ୍ବିଛି ତାହାର ଟେର ପାଇ ପାରୁନାହିଁ।
ରିୟା ଚକ୍ରବର୍ତ୍ତି ଓ ତାଙ୍କ ଭାଇ ସୌଭିକ ଚକ୍ରବର୍ତ୍ତି ଠାରୁ ଆରମ୍ଭ ହୋଇଥିବା ଖୋଳତାଡ ଏବେ ଅଭିନେତା ଅଜୁର୍ନ ରାମପାଲଙ୍କ ନିକଟରେ ପହଂଚିଲାଣି। ଅର୍ଜୁନ ରାମପାଲଙ୍କୁ ଏନସିବି ପଚରା ଉଚରା କରିବାକୁ ଡାକିଛି । ସୂଚନା ଥାଉକି ଅର୍ଜୁନ ଓ ତାଙ୍କ ଗାର୍ଲଫ୍ରେଣ୍ଡ ବଲିଉଡକୁ ଡ୍ରଗ୍ସ ସପ୍ଳାଏ କାରବାରରେ ସଂପୃକ୍ତ ଥିଲେ କି ସେମାନେ ନିଜେ ଡ୍ରଗ୍ସ ନେଉଥିଲେ ସେ ନେଇ କିଛି ସ୍ପଷ୍ଟ ହୋଇପାରି ନାହିଁ ।
ସୂଚନାଯୋଗ୍ୟ, ପଶ୍ଚିମ ମୁମ୍ବାଇ ଓ ନଭି ମୁମ୍ବାଇରୁ ଏନସିବି ବିପୁଳ ପରିମାଣରେ ଭିନ୍ନ ଭିନ୍ନ ପ୍ରକାରର ଡ୍ରଗ୍ସ ଜବତ କରିଛି। ଏହାସହ ୫ଜଣ ଡ୍ରଗ ପେଡେଲର ମଧ୍ୟ ଧରାପଡ଼ିଛନ୍ତି। ଏବଂ ସୂଚନା ମୁତାବକ ଏମାନେ ବଲିଉଡ୍ ଓ ଟିଭି ଅଭିନେତା, ଅଭିନେତ୍ରୀ ତଥା ମଡେଲମାନଙ୍କୁ ଡ୍ରଗ ଯୋଗାଇଥାନ୍ତି। ତେବେ ଏହି ସଂକ୍ରାନ୍ତରେ ଏନସିବି ବର୍ତ୍ତମାନ ତଦନ୍ତ ଚଲାଇଛି।
ଅର୍ଜୁନଙ୍କ ଲିଭ୍ଇନ୍ ପାର୍ଟନର ତଥା ଗର୍ଲଫ୍ରେଣ୍ଡ ଗାବ୍ରିଏଲା ଡେମେଟ୍ରିଏଡଙ୍କୁ ଏନସିବି ଦ୍ୱିତୀୟ ଥର ପଚରାଉଚରା ପାଇଁ ଡାକିଛି। ଏ ନେଇ ଏନସିବିର ଜୋନାଲ ନିର୍ଦ୍ଦେଶକ ସମୀର ୱାଙ୍ଖେଡ଼େ ସୂଚନା ଦେଇଛନ୍ତି। ସେ କହିଛନ୍ତି କହିଛନ୍ତି, “ତଦନ୍ତ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ହୋଇ ନ ଥିବାରୁ ପୁନର୍ବାର ଗାବ୍ରିଏଲାଙ୍କୁ ଡକାଯାଇଛି।
ଆମେ ବର୍ତ୍ତମାନ ଅର୍ଜୁନ ରାମପାଲଙ୍କୁ ଏନସିବିରେ ହାଜର ହେବାକୁ କହିଛୁ।” ଜଣାଇଦେବାକୁ ଛାହୁଁ ଯେ ପୂର୍ବରୁ ଗାବ୍ରିଏଲାଙ୍କ ଭାଇ ଆଗିସିଲାଓସ୍ ଡେମେଟ୍ରିଏଡସ୍ଙ୍କୁ କୋକିନ୍ ସପ୍ଲାୟର ଓମେଗା ଗଡଓ୍ୱିନଙ୍କ ସହ ଲିଙ୍କ ଥିବା ନେଇ ଏନସିବି ଗିରଫ କରିଛି। ତେବେ ଏହି ମାମଲାରେ ବର୍ତ୍ତମାନ ଗାବ୍ରିଏଲାଙ୍କୁ ପଚରାଉଚରା କରାଯାଉଛି।
Comments are closed.