ଶିବସେନାରେ ଯୋଗ ଦେବେ ଉର୍ମିଲା!

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ଉର୍ମିଳା ମାତୋଣ୍ଡକର ଗତକାଲି ଶିବସେନାରେ ଯୋଗ ଦେଇପାରନ୍ତି। ଗତ ନିର୍ବାଚନରେ କଂଗ୍ରେସ ଟିକେଟରୁ ଲୋକସଭା ନିର୍ବାଚନ ଲଢ଼ିଥିଲ ଉର୍ମିଲା। କିନ୍ତୁ ନିର୍ବାଚନରେ ତାଙ୍କୁ ପରାଜୟର ମୁହଁ ଦେଖିବାକୁ ପଡ଼ିଥିଲା। ଯାହା ପରେ ସେ ସେପ୍ଟେମ୍ବର, ୨୦୧୯ରେ କଂଗ୍ରେସରୁ ଇସ୍ତଫା ଦେଇଥିଲେ। ଏବେ ସେ ଶିବସେନାରେ ସାମିଲ୍ ହେବାକୁ ଯାଉଛନ୍ତି। ଏଥିପାଇଁ ସମସ୍ତ ପ୍ରସ୍ତୁତି ସରିଛି। ଶିବସେନାରେ ଯୋଗଦେବା ନେଇ ଏପର୍ଯ୍ୟନ୍ତ ସ୍ପଷ୍ଟ ସୂଚନା ମିଳିନାହିଁ।
ଦଳରେ ଘୃଣ୍ୟରାଜନୀତି ଅଭିଯୋଗ ଆଣି କଂଗ୍ରେସ ଦଳରୁ ଇସ୍ତଫା ଦେଇଥିଲେ ଉର୍ମିଲା। ୨୦୧୯ ମାର୍ଚ୍ଚ ମାସରେ ସେ କଂଗ୍ରେସରେ ଯୋଗ ଦେଇଥିଲେ। ଏହାର ୫ ମାସ ପରେ ସେ ସେପ୍ଟେମ୍ବର ୨୦୧୯ରେ ସେ ଦଳରୁ ଇସ୍ତଫା ଦେଇଥିଲେ।
କଂଗ୍ରେସରୁ ଇସ୍ତଫା ଦେଇ ଉର୍ମିଲା କହିଥିଲେ, ମୋର ରୈଜନୈତିକ ଓ ସାମାଜିକ ସମ୍ବେଦନଶୀଳତା ଏକ ବଡ଼ ଓ ମହାନ କାର୍ଯ୍ୟ କରିବା ପରିବର୍ତ୍ତେ ଏଭଳି ଘୃଣ୍ୟ ରାଜନୀତି କରିବାକୁ ଅନୁମତି ଦେଉନାହିଁ। ଦଳର ବରିଷ୍ଠ ନେତା ସଞ୍ଜୟ ନିରୂପମ କରିଥିବା ଦୁର୍ବ୍ୟବହାର ସମ୍ପର୍କରେ ଜଣାଇଥିଲେ ବି ତାଙ୍କ ବିରୋଧରେ ଦଳ କୌଣସି ପଦକ୍ଷେପ ନ ନେବାରୁ ସେ କଂଗ୍ରେସରୁ ଇସ୍ତଫା ଦେଇଥିଲେ ବୋଲି ଉର୍ମିଲା କହିଥିଲେ।