Odisha Link
Bridging the Missing Links in Odisha

୭୪ ଦାଦନ ଶ୍ରମିକ ଉଦ୍ଧାର

କଣ୍ଟାବାଞ୍ଜି: ୭୪ ଦାଦନ ଶ୍ରମିକଙ୍କୁ ଉଦ୍ଧାର କଲା ଜିଆର୍‌ପି। କଣ୍ଟାବାଞ୍ଜି ରେଳଷ୍ଟେସନରୁ ୭୪ ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି। ରାଜ୍ୟ ବାହାରକୁ ଚାଲାଣ ବେଳେ ଉଦ୍ଧାର କରିଛି ଜିଆରପି ଓ ପୋଲିସ ଅଧିକାରୀ।

୭୪ ଦାଦନ ଶ୍ରମିକଙ୍କ ମଧ୍ୟରେ ୪୨ ପୁରୁଷ ଓ ୩୨ ଜଣ ମହିଳା ଅଛନ୍ତି। ଉଦ୍ଧାର ଦାଦନ ମାନେ ବଲାଙ୍ଗିର ଜିଲ୍ଲା ବେଳପଡ଼ା, ବଙ୍ଗୋମୁଣ୍ଡା, ମୁରିବାହାଲ, ତୁରେକେଲା ଓ କଳାହାଣ୍ଡି ଗୋଲାମୁଣ୍ଡା ବ୍ଲକ ଅଞ୍ଚଳର ବୋଲି ଜଣାପଡିଛି। ଦାଦନଙ୍କ ସହ ୧୩ ଜଣ ଶିଶୁଙ୍କୁ ମଧ୍ୟ ଉଦ୍ଧାର କରିଛି ପୋଲିସ।

ଦାଦନ ସର୍ଦ୍ଦାର ଠାରୁ ମୁଣ୍ଡପିଛା ୩୦ ହଜାର ଟଙ୍କା ଲେଖାଏ ଅଗ୍ରୀମ ନେଇ ବିଶାଖାପାଟଣା ଯାଉଥିବା ବେଳେ, ସେମାନଙ୍କୁ ପୋଲିସ ଉଦ୍ଧାର କରିଥିଲା। ଉଦ୍ଧାର ଶ୍ରମିକ ମାନଙ୍କ ପାଖରେ କୌଣସି କାଗଜ ପତ୍ର ନଥିବା ବେଳେ, ସମସ୍ତେ ଆନ୍ଧ୍ରର ଏକ ଇଟାଭାଟିକୁ କାମ କରିବାକୁ ଯାଉଥିଲେ। ଘଟଣାସ୍ଥଳରେ କଣ୍ଟାବାଞ୍ଜି ତହସିଲଦାର ପହଞ୍ଚି ସମସ୍ତ ଶ୍ରମିକଙ୍କୁ ଘରକୁ ପଠେଇବାର ବ୍ୟବସ୍ଥା କରିଛନ୍ତି।

Comments are closed.