ମନ୍ଦିର ଦାନ ବାକ୍ସରୁ ଲୁଟିଲେ ଲୁଟେରା

ପୁରୀ : ପୁରୀର ପ୍ରସିଦ୍ଧ ସିଦ୍ଧମହାବୀର ମନ୍ଦିରର ଦାନ ବାକ୍ସରୁ ଲକ୍ଷାଧିକ ଟଙ୍କା ଲୁଟ ହୋଇଥିବା ଜଣାପଡ଼ିଛି। ଦୁର୍ବୃତ୍ତମାନେ ମନ୍ଦିରର ଲୁହା ଜାଲିକୁ ତାଡ଼ିବା ସହ କବାଟ ଭାଙ୍ଗି ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି।
ଆଜି ସକାଳେ ମନ୍ଦିରର ପୂଜକ ଦୁଆର ଖୋଲିବା ସମୟରେ ଦାନବାକ୍ସ ଭଙ୍ଗାଯାଇଥିବା ଦେଖିବାକୁ ପାଇଥିଲେ। ପରେ ସେ ଏ ବିଷୟରେ ମନ୍ଦିର ନିର୍ବାହୀ ଅଧିକାରୀଙ୍କୁ ଜଣାଇଥିଲେ। ନିର୍ବାହୀ ଅଧିକାରୀ ଏନେଇ ପୁରୀ ତାଳବଣିଆ ଥାନରେ ଅଭିଯୋଗ କରିଥିଲେ। ଦାନବାକ୍ସରେ ୩ ଲକ୍ଷରୁ ଅଧିକ ଟଙ୍କା ଥିବା କୁହାଯାଇଛି। ଏତଲା ପାଇବା ପରେ ତାଳବଣିଆ ଥାନା ପୁଲିସ ସିଦ୍ଧମହାବୀର ମନ୍ଦିରକୁ ଯାଇ ପୁଙ୍ଖାନୁପୁଙ୍ଖ ତଦନ୍ତ କରିବା ସହ ସନ୍ଦେହରେ ୨ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି।