୪ବର୍ଷିଆ ହେଲା ବି.ଇଡି ପାଠ୍ୟକ୍ରମ

ନୂଆଦିଲ୍ଲୀ: ଏଣିକି ଇଞ୍ଜିନିୟର ଓ ଡାକ୍ତରଙ୍କ ପରି ଶିକ୍ଷକ ହେବାକୁ ହେଲେ ୪ବର୍ଷର ପାଠ୍ୟକ୍ରମ ପଢ଼ିବାକୁ ପଡ଼ିବ। କାରଣ କେନ୍ଦ୍ର ସରକାର ବ୍ୟାଚଲର ଅଫ ଏଜୁକେସନ(ବି.ଇଡି) କୋର୍ସକୁ ୪ ବର୍ଷ କରିଦେଇଛନ୍ତି। ଏହାକୁ ନେଇ ସମସ୍ତ ପ୍ରକ୍ରିୟା ସମାପ୍ତ ହୋଇଛି। ଶିକ୍ଷକ ହେବାର ଲକ୍ଷ୍ୟ ରଖୁଥିବା ଛାତ୍ରଛାତ୍ରୀ ଯୁକ୍ତ ଦୁଇ ପରେ ଏହି ୪ ବର୍ଷୀୟା ଇନଟିଗ୍ରେଟେଡ଼ ବି.ଇଡି କୋର୍ସ କରିପାରିବେ।
ଏହି ନୂଆ ପାଠ୍ୟକ୍ରମ ପାଇଁ ଚଳିତବର୍ଷ ଶିକ୍ଷାବର୍ଷରେ ଆଡ଼ମିସନ ଆରମ୍ଭ ହୋଇଯାଇଛି। ମାନବ ସଂସାଧନ ବିକାଶ ମନ୍ତ୍ରୀ ରମେଶ ପୋଖରିଆଲ ନିସଙ୍କ ରାଜ୍ୟସଭାରେ ଏକ ପ୍ରଶ୍ନର ଉତ୍ତର ରଖି କହିଛନ୍ତି ଯେ ଶିକ୍ଷକ ହେବାକୁ ଚାଁହୁଥିବା ଛାତ୍ରଛାତ୍ରୀ ଯୁକ୍ତ ଦୁଇ ପାସ କରିବା ପରେ ଯେଭଳି ଏହି କୋର୍ସ ପାଇଁ ଆବେଦନ କରିପାରିବେ ସେଭଳି ବ୍ୟବସ୍ଥା ହୋଇଛି।