ଆଜିଠୁ ଲାଗୁ ହେଲା ଫାସଟ୍ୟାଗ୍

ଭୁବନେଶ୍ବର: ଆଜିଠୁ ଲାଗୁ ହେଲା ଫାସଟ୍ୟାଗ୍ ବ୍ୟବସ୍ଥା। ଏଣିକି ଆଉ ଟୋଲଗେଟ୍ ସାମ୍ନାରେ ଲାଗିବନି ଲମ୍ବା ଲାଇନ୍ କି ଦେବାକୁ ପଡିବ ନାହିଁ ନଗଦ ଟଙ୍କା। ଫାସଟ୍ୟାଗ୍ ମାଧ୍ୟମରେ ଟଙ୍କା ଆପେ ଆପେ କଟିବ। ଏଥିସହ ଫାସଟ୍ୟାଗ ନଲଗାଇଲେ ଟୋଲପ୍ଲାଜାରେ ଗଣିବାକୁ ପଡିବ ଦୁଇଗୁଣା ଶୁଳ୍କ।
ଯିଦି ଆପଣ ଫାସଟ୍ୟାଗ ଲାଗାଇନାହାନ୍ତି ତେବେ ଆମାଜନ ପେଟିଏମ ଭଳି ଅନଲାଇନ ସଂସ୍ଥା କିମ୍ବା ବ୍ୟାଙ୍କରେ ଏହି ଫାସଟ୍ୟାଗ ପାଇପାରିବେ। ଏପରିକି ଟୋଲଗେଟ ନିକଟରେ ମଧ୍ୟ ଏହା ବିକ୍ରି ହେଉଛି। ନିଜ ପରିଚୟ ପତ୍ର ଏବଂ ଗାଡି ପଞ୍ଜିକରଣ କାଗଜପତ୍ର ଦେଇ ଏହି ଫାସଟ୍ୟାଗ କିଣା ଯାଇପାରିବ। ସେପଟେ ଗତକାଲି ବିଭିନ୍ନ ସ୍ଥାନରେ ଫାସଟ୍ୟାଗ କିଣିବା ପାଇଁ ଗାଡି ମାଲିକଙ୍କ ଭିଡ ଦେଖିବାକୁ ମିଳିଥିଲା। ପୂର୍ବରୁ କେନ୍ଦ୍ର ସରକାର ଫାସଟ୍ୟାଗ୍ ଲାଗୁ ଧାର୍ଯ୍ୟ ଦିନକୁ ପରିବର୍ତ୍ତନ କରିଥିଲେ।