Odisha Link
Bridging the Missing Links in Odisha

କରୋନା ସଙ୍କଟକୁ ନେଇ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କଲେ ମୋଦି

ନୂଆଦିଲ୍ଲୀ: ପୁଣି କଲବଲ କଲାଣି କରୋନାର ଦ୍ବିତୀୟ ଲହରୀ। ଏହାକୁ ନେଇ ଦେଶର ବିଭିନ୍ନ ରାଜ୍ୟ ସମେତ ମହାରାଷ୍ଟ୍ର ଓ ଗୁଜରାଟର ସୁରଟ ସହରରେ ଆଜିଠାରୁ ନାଇଟକର୍ଫ୍ୟୁ ଜାରି ହୋଇଛି। କରୋନା ସଙ୍କଟ ଭିତରେ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ଏଥିରେ ଟେଷ୍ଟିଂ ବଢାଇବା ଉପରେ ସେ ଗୁରୁତ୍ୱ ଦେଇଛନ୍ତି। ବିଶେଷକରି ଟେଷ୍ଟିଙ୍ଗ, ଟ୍ରାକିଙ୍ଗ ଓ ଟ୍ରିଟମେଂଟ ଉପରେ ଗୁରୁତ୍ୱ ଦେଇଛନ୍ତି ନରେନ୍ଦ୍ର ମୋଦି। ଏହାସହ ମହାରାଷ୍ଟ୍ର, ପଞ୍ଜାବ, କେରଳ ଭଳି ରାଜ୍ୟରେ ବଢୁଥିବା ମାମଲା ନେଇ ସେ ଚିନ୍ତା ପ୍ରକଟ କରିଛନ୍ତି। ନରେନ୍ଦ୍ର ମୋଦି କହିଛନ୍ତି, ଦେଶର କିଛି ରାଜ୍ୟରେ ହଠାତ କରୋନା ମାମଲା ବଢୁଛି।

ମହାରାଷ୍ଟ୍ର ଓ ମଧ୍ୟପ୍ରଦେଶ ଭଳି ରାଜ୍ୟରେ ପଜିଟିଭ ରେଟ୍ ବଢିଛି । ତେଣୁ ଏହାକୁ ରୋକାନଗଲେ ଦେଶବ୍ୟାପୀ ଖରାପ ପ୍ରଭାବ ପଡିପାରେ ବୋଲି ସେ ଚେତାଇ ଦେଇଛନ୍ତି। ଆରଟିପିସିଆର ଟେଷ୍ଟିଂ ବଢାଇବା ଉପରେ ବି ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି। ସେହିଭଳି ଟିକାକରଣ ଉପରେ ବି ସେ ଗୁରୁତ୍ୱ ଦେଇଛନ୍ତି।

Comments are closed.