Odisha Link
Bridging the Missing Links in Odisha

ମେ’ ମାସରେ ୧୨ ଦିନ ବନ୍ଦ ରହିବ ବ୍ୟାଙ୍କ, ଜାଣନ୍ତୁ କେଉଁ ଦିନ

ନୂଆଦିଲ୍ଲୀ: ଯଦି ବ୍ୟାଙ୍କରେ ଆପଣଙ୍କର କୌଣସି ଜରୁରୀ କାମ ଅଛି, ତେବେ ଶୀଘ୍ର ସାରିଦିଅନ୍ତୁ। କାରଣ ମେ’ ମାସରେ ୧୨ ଦିନ ବନ୍ଦ ରହିବ ବ୍ୟାଙ୍କ ସେବା।

ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ୱାରା ଜାରି କରାଯାଇଥିବା ଛୁଟି ଅନୁଯାୟୀ ସାପ୍ତାହିକ ଛୁଟି, ନେସନାଲ ହଲିଡେ ସମେତ ମେ’ ମାସରେ ବ୍ୟାଙ୍କଗୁଡିକ ୧୨ ଦିନ ବନ୍ଦ ରହିବ। ତେବେ ଆସନ୍ତୁ ଦେଖିବା ଲିଷ୍ଟ…

ମେ ମାସରେ ୬ ଟା ରବିବାର, ମେ ୧ ତାରିଖ ଶ୍ରମିକ ଦିବସ, ମେ ୭ରେ ଜମାତ ଉଲ ବିଦା ଅବସରରେ ଜମ୍ମୁକଶ୍ମୀରର ସବୁ ବ୍ୟାଙ୍କ ବନ୍ଦ ରହିବ। ମେ ୧୩ତାରିଖରେ ରମଜାନ ଇଦ୍, ମେ ୧୪ରେ ପର୍ଶୁରାମ ଜୟନ୍ତୀ,ମେ୨୬ ତାରିଖ ବୁଦ୍ଧ ପୂର୍ଣ୍ଣିମା କାରଣରୁ ବ୍ୟାଙ୍କ ବନ୍ଦ ରହିବ।