Odisha Link
Bridging the Missing Links in Odisha

ବିବାହ ବନ୍ଧନରେ ବାନ୍ଧି ହେବେ ଦିଶା ଓ ରାହୁଲ

ମୁୁମ୍ବାଇ: ଖୁବଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ଟିଭି ଅଭିନେତ୍ରୀ ଦିଶା ପରମାର ଓ ବଲିଉଡ ସିଙ୍ଗର ରାହୁଲ ବୈଦ୍ୟ। ଦିଶା ଓ ରାହୁଲ ଦୁହେଁ ଅଫିସିଆଲି ଭାବେ ନିଜ ବିବାହର ତାରିଖ ଘୋଷଣା କରିଛନ୍ତି। ଏନେଇ ସୋଶାଲ ମିଡିଆରେ ଉଭୟ ୱେଡିଂ କାର୍ଡ ସେଆର କରିଛନ୍ତି। ଆସନ୍ତା ଜୁଲାଇ ୧୬ ତାରିଖରେ ଏଦୁହେଁ ବିବାହ ବନ୍ଧନରେ ବାନ୍ଧି ହେବେ।

ସୂଚନା ମୁତାବକ, ଦିଶା ପରମାର ଏବଂ ରାହୁଲ ବୈଦ୍ୟଙ୍କ ସମ୍ପର୍କ ବିଗ୍ ବସ୍ ସିଜିନ୍‌-୧୪ରେ ସାମ୍ନାକୁ ଆସିଥିଲା। ରାହୁଲ ବୈଦ୍ୟ ଜାତୀୟ ଟେଲିଭିଜନରେ ଦିଶାଙ୍କୁ ବିବାହ ପାଇଁ ପ୍ରସ୍ତାବ ଦେଇଥିଲେ। ସୋ’ ଶେଷ ହେବା ପରେ ଦୁହେଁ ବିବାହ ପାଇଁ ନିଷ୍ପତ୍ତି ନେଇଥିଲେ କିନ୍ତୁ ପାଣ୍ଡେମିକ୍ ଏବଂ କରୋନାର ଦ୍ୱିତୀୟ ଲହର ଯୋଗୁଁ ସେମାନଙ୍କର ବିବାହ ସ୍ଥଗିତ ହୋଇଯାଇଥିଲା। ଏବେ କିନ୍ତୁ ଦୁହେଁ ସେମାନଙ୍କ ବିବାହର ତାରିଖକୁ ଅଫିସିଆଲି ଭାବେ ଘୋଷଣା କରିଛନ୍ତି।