ରାଷ୍ଟ୍ରୀୟ ରାଜନୀତିରେ ପାଦ ଥାପିବ କି TMC?

କୋଲକାତା: ସରିଛି ପଶ୍ଚିମବଙ୍ଗ ନିର୍ବାଚନ। ହେଲେ ଏବେ ବି ଜୋର ଧରିଛି ରାଜନୀତି।। ବିଧାନସଭା ନିର୍ବାନଚନରେ ବିଜେପିକୁ ମାତ୍ ଦେଇ ଟିଏମସି ଶାସନକୁ ଆସିବା ପରଠୁ ପଦ୍ମ ଶିବିରରେ ସୃଷ୍ଟି ହୋଇଛି ହଟଚମଟ। ମୁକୁଲ ରୟଙ୍କଠୁ ଆରମ୍ଭ କରି କିଛି ନେତା ଟିଏମସି ଶିବିରରେ ପ୍ରବେଶ କରି ସାରିଛନ୍ତି। ଏଥିସହିତ ଟିଏମସି ସୁପ୍ରିମୋ ମମତା ବାନାର୍ଜି ବିଜେପିକୁ ସବୁ କ୍ଷେତ୍ରରେ ଚେକମେଟ୍ ଦେବା ପାଇଁ କରୁଛନ୍ତି ପ୍ରସ୍ତୁତି। ପଶ୍ଚିମବଙ୍ଗ ନିର୍ବାଚନରେ ବାଜିମାତ ପରେ ରାଷ୍ଟ୍ରୀୟ ରାଜନୀତିରେ ପାଦ ଥାପିବା ପାଇଁ ରଣନୀତି ପ୍ରସ୍ତୁତ କରିବାରେ ଲାଗି ପଡ଼ିଛନ୍ତି ମମତା ବାନାର୍ଜୀ। ଏଥିପାଇଁ ମମତା ଓ ରଣନୀତିକାର ପ୍ରଶାନ୍ତ କିଶୋରଙ୍କ ମଧ୍ୟରେ ହେଉଛି ଘନ ଘନ ବୈଠକ।
ଶୁକ୍ରବାର ଦିନି ମଧ୍ୟାହ୍ନରେ ମମତା ବାନାର୍ଜୀଙ୍କ ଘରେ ପ୍ରଶାନ୍ତ କିଶୋର ପ୍ରାୟ ୩ ଘଣ୍ଟା ଧରି ରହିଥିଲେ। ଯାହାକୁ ନେଇ ଜୋରଦାର ଚର୍ଚ୍ଚା ହେଉଛି। ଖବର ମୁତାବିକ ଆସନ୍ତା ସପ୍ତାହରେ ଟିଏମସିର ଜିଲ୍ଲା ସ୍ତରୀୟ ସଙ୍ଗଠନରେ ବ୍ୟାପକ ପରିବର୍ତ୍ତନ ହେବା ନେଇ ଚର୍ଚ୍ଚା ଲାଗି ରହିଛି। ଏଥିସହିତ ରାଷ୍ଟ୍ରୀୟ ରାଜନୀତିରେ ଏଣ୍ଟ୍ରି କରିବା ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତି ଉପରେ ଆଲୋଚନା ହୋଇଥିବା ନେଇ ଚର୍ଚ୍ଚା ମଧ୍ୟ ହେଉଛି।
ଜାତୀୟ ଗଣମାଧ୍ୟମ ସଂସ୍ଥା ଆଜତକରେ ପ୍ରକାଶିତ ଖବର ଅନୁଯାୟୀ, ରାଷ୍ଟ୍ରୀୟ ରାଜନୀତିରେ ପାଦ ଥାପିବାକୁ ଯାଉଛି ଟିଏମସି। ଏଥିପାଇଁ ବ୍ଲୁ ପ୍ରିଣ୍ଟ କରୁଛି ଦଳ। ଯାହା ଚୂଡ଼ାନ୍ତ ପର୍ଯ୍ୟାୟରେ ଆସି ପହଁଞ୍ଚିଛି। ଯାହା ଅଗଷ୍ଟ ମାସ ଶେଷ ସୁଦ୍ଧା ସାର୍ବଜନୀନ କରବିାକୁ ଯୋଜନା କରାଯାଇଛି। ତ୍ରିପୁରା ରାଜନୀତିରେ ଏଣ୍ଟ୍ରି କରି ଜାତୀୟ ରାଜନୀତିରେ ପାଦ ଥାପିବାର ସଙ୍କେତ ଦେବ ଟିଏମସି ।