Odisha Link
Bridging the Missing Links in Odisha

ଏସିଏଫ ସୌମ୍ୟଙ୍କ ମୃତ୍ୟୁ ମାମଲା: ମିଳିଲା ଆଉ ଏକ ହାତଲେଖା ଚିଠି; କିଛି ବି କରି ପ୍ଲିଜ ଡିଭୋର୍ସ କରିଦିଅ…

ଭୁବନେଶ୍ୱର: ପାରଳାଖେମୁଣ୍ଡି ଏସିଏଫ ସୌମ୍ୟଙ୍କ ମୃତ୍ୟୁ ମାମଲାକୁ ସପ୍ତାହେରୁ ଅଧିକ ସମୟ ବିତିଯାଇଛି। ହେଲେ ବର୍ତ୍ତମାନ ମୃତ୍ୟୁ ଉପରୁ ପରଦା ହଟିପାରୁନି। ଘଟଣାରେ ପୁଲିସ ତଦନ୍ତ କରୁଥିବା ବେଳେ କ୍ରାଇମ୍‌ବ୍ରାଞ୍ଚ ଟିମ୍‌ ସହଯୋଗ କରୁଛି। ଆଜି ପୁଲିସ ଓ କ୍ରାଇମବ୍ରାଞ୍ଚ ସୌମ୍ୟଙ୍କ ସରକାରୀ ବାସଭବନ ଯାଞ୍ଚ କରୁଛି। ଏହା ଭିତରେ ଏକ ବଡ଼ ଖବର ସାମନାକୁ ଆସିଛି। ଆଉ ଏକ ହାତ ଲେଖା ଚିଠି ମିଳିଛି। ଚିଠିଟି ବିଦ୍ୟାଭାରତୀଙ୍କ ହାତ ଲେଖା ହୋଇଥିବା ଅନୁମାନ କରାଯାଉଛି। ଚିଠିରେ ଡିଭୋର୍ସ ଚାହୁଁଥିବା ଲେଖାଯାଇଛି।

ଉକ୍ତ ଚିଠିରେ ଲେଖାଯାଇଛି ଯେ…. ହେ ଭଗବାନ, କିଛି ବି କରି ଡିଭୋର୍ସ କରେଇ ଦିଅ। ପ୍ରଭୁ ବାବାସାଇ ତୁମ ପାଖରେ ଋଣୀ ରହିଯିବି। ଯାଇକି ପୁରୀ ମନ୍ଦିରରେ ଦାସୀ ହୋଇକି ରହିବି। କିଛି ବି କରି ପ୍ଲିଜ ଡିଭୋର୍ସ କରିଦିଅ ବୋଲି ଲେଖାଯାଇଛି। ଏମିତି ହାରାମଜାଦା ମଣିଷ ମୋ ଜୀବନରେ ଦେଖିନି ବୋଲି ଲେଖାଯାଇଛି। ଏତେ ଦୁଃଖରେ କହିଲି, ତଥାପି ମୋ ଆଖିରେ ଲୁହ ଦେଖାଗଲାନି….।

ତେବେ ପୁଲିସ ଓ କ୍ରାଇମବ୍ରାଞ୍ଚ ସୌମ୍ୟଙ୍କ ସରକାରୀ ବାସଭବନରେ ଯାଞ୍ଚ କରିବା ପରେ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଆସିଛି । କ୍ରାଇମବ୍ରାଞ୍ଚ ଡିଏସପି ବିଜୟ କୁମାର ମଲ୍ଲିକ ସୂଚନା ଦେଇ କହିଛନ୍ତି ଯେ, ପାରିପାଶ୍ୱିର୍କ ସ୍ଥିତି ଯାହା ଜଣାପଡ଼ିଛି, ଘର ଭିତରେ ହିଁ ଘଟଣା ଘଟିଛି। କ୍ୱାର୍ଟର୍ସ ପଛପଟ କବାଟ ପୋଡ଼ିଯାଇଛି। ତେବେ ମଶାରୀରେ ନିଆଁ ଲାଗିଛି। ସମସ୍ତଙ୍କ କଲ ଡିଟେଲ୍ସ ଯାଞ୍ଚ ଚାଲିଛି ବୋଲି କ୍ରାଇମବ୍ରାଞ୍ଚ ଡିଏସପି ବିଜୟ କୁମାର ମଲ୍ଲିକ କହିଛନ୍ତି।

ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀଙ୍କୁ ଗିରଫ କରାଯିବା ପାଇଁ ସୌମ୍ୟଙ୍କ ପରିବାର ପକ୍ଷର ଓକିଲ ପାର୍ଥସାରଥୀ ନାୟକ ଦାବି କରିଛନ୍ତି।
ସେ କହିଛନ୍ତି ଯେ, ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ବିଦ୍ୟାଭାରତୀଙ୍କୁ ତୁରନ୍ତ ଗିରଫ କରାଯାଉ। ଗିରଫ ପରେ ରିମାଣ୍ଡରେ ଆଣି ପୁଲିସ ପଚରାଉଚରା କରୁ। ପଚରାଉଚରା କଲେ ଡିଏଫଓଙ୍କ ସମ୍ପୃକ୍ତି ସମ୍ପର୍କରେ ଜଣାପଡ଼ିବ। ବିଦ୍ୟାଭାରତୀଙ୍କୁ ଗିରଫ କରିବା ପାଇଁ ଆଇନଗତ ପ୍ରତିବନ୍ଧକ ନାହିଁ। ବିଦ୍ୟାଭାରତୀ ଗିରଫ ହେଲେ ସବୁ କଥା ସ୍ପଷ୍ଟ ହୋଇଯିବ ବୋଲି ଓକିଲ ପାର୍ଥସାରଥୀ ନାୟକ କହିଛନ୍ତି।

Leave A Reply

Your email address will not be published.