Odisha Link
Bridging the Missing Links in Odisha

ସାମ୍ନାକୁ ଆସିଲା ସୌମ୍ୟଙ୍କ ହାତଲେଖା ଡାଏରୀ: ମୁଁ ଚାକିରି ଛାଡି, ତୁମ ଦାସ ହେଇ ରହିବି…

ପାରଳାଖେମୁଣ୍ଡି: ପାରଳାଖେମୁଣ୍ଡି ଏସିଏଫ ସୌମ୍ୟଙ୍କ ମୃତ୍ୟୁ ମାମଲାକୁ ୧୧ ଦିନ ବିତିଯାଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ମୃତ୍ୟୁ ଉପରୁ ପରଦା ହଟିପାରୁନି। ମୃତ୍ୟୁ ମାମଲାର ତନାଘନା ଜାରି ରହିଥିବା ବେଳେ ପ୍ରତିଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ଏହାରି ମଧ୍ୟରେ ଆଜି ସୌମ୍ୟଙ୍କ ହାତଲେଖା ଡାଏରୀରେ ସାମ୍ନାକୁ ଆସିଛି। ଯେଉଁଥିରୁ ସୌମ୍ୟଙ୍କ ବୈବାହିକ ଜୀବନ ଠିକ୍‌ଠାକ୍ ଚାଲି ନଥିଲା ବୋଲି ଜଣାପଡ଼ିଛି।

ମୁଁ ଚାକିରିରୁ ଇସ୍ତଫା ଦେଇ ଦେବି। ମୁଁ ତୁମର ଚାକର ହୋଇ ରହିବି। କିନ୍ତୁ ମୋତେ ତୁମ ପାଦ ତଳେ ଟିକେ ଜାଗା ଦିଅ।” ଡାଏରୀର ଆଉ ଏକ ପୃଷ୍ଠାରେ ଲେଖା ହୋଇଛି- ‘ମୁଁ ତୁମର କ୍ୱାଲିଫିକେସନ୍ ଚାହେଁ ନାହିଁ। ମୁଁ କେବେ ବି ଏ ବାବଦରେ ତୁମକୁ କିଛି କହିବି ନାହିଁ। ମୁଁ କେବଳ ଚାହେଁ ତୁମେ ମୋର ପତ୍ନୀ ଓ ଜଣେ ଭଲ ବନ୍ଧୁ ହୋଇ ରୁହ’।

‘ତୁମେ ଯାହା ଚାହିଁବ ମୁଁ ସେ ବ୍ୟବସ୍ଥା କରିଦେବି। ଏହା ପରେ ଯଦି କିଛି ଘଟେ ମୋର କିଛି କରିବାର ନାହିଁ। ମୁଁ କିଛି କହିବି ନାହିଁ। ସେ ଯାହା ନିଷ୍ପତ୍ତି ନେବ ସ୍ୱାଧୀନ ଭାବେ ନେଇ ପାରିବ। ଯଦି ମୁଁ ବାଧା ଦିଏ, ସିଏ ମୋ ନାଁରେ ଘରୋଇ ହିଂସା ମାମଲା କରିପାରେ।”

୨୦୨୧ ଫେବୃଆରୀ ୨୨ ଓ ୨୩ ତାରିଖରେ ସୌମ୍ୟ ତାଙ୍କ ଡାଏରୀରେ ଏସବୁ କଥା ଲେଖିଛନ୍ତି। ଗୋଟିଏ ପଟେ ବିଦ୍ୟାଙ୍କ ଚିଠି ତାଙ୍କ ମନରେ ସୌମ୍ୟଙ୍କ ପ୍ରତି ଥିବା ଘୃଣାଭାବକୁ ସୂଚାଇ ଥିବା ବେଳେ ଉଭୟଙ୍କ ଦାମ୍ପତ୍ୟ ଜୀବନରେ ସବୁ କିଛି ଠିକ୍‌ ନ ଥିବା ତଥା ପାରିବାରିକ ଅଶାନ୍ତି ଲାଗି ରହିଥିବା ସୌମ୍ୟଙ୍କ ଡାଏରୀ ସୂଚାଉଛି।

Leave A Reply

Your email address will not be published.