Odisha Link
Bridging the Missing Links in Odisha

ପ୍ରକାଶ ପାଇଲା ସିବିଏସଇ ଦ୍ୱାଦଶ ରେଜଲ୍ଟ

ନୂଆଦିଲ୍ଲୀ: ପ୍ରକାଶ ପାଇଲା ସିବିଏସଇ ଦ୍ୱାଦଶ ରେଜଲ୍ଟ।  ଛାତ୍ରଛାତ୍ରୀମାନେ http://cbseresults.nic.in ୱେବସାଇଟରୁ ରେଜଲ୍ଟ ଜାଣିପାରିବେ। ଚଳିତ ବର୍ଷ ପାସ୍‌ ହାର ୯୯.୩୭% ରହିଛି।  ଛାତ୍ରଙ୍କ ପାସ୍ ହାର ୯୯.୧୩ ପ୍ରତିଶତ ରହିଥିବା  ବେଳେ ୯୯.୬୭ ଛାତ୍ରୀ ପାସ୍ କରିଛନ୍ତି।

ଚଳିତ ବର୍ଷ ଯୁକ୍ତ ଦୁଇ ପରୀକ୍ଷା ହୋଇନଥିଲା। କରୋନା ପାଇଁ ପରୀକ୍ଷା ବାତିଲ କରାଯାଇଥିଲା। ମାଟ୍ରିକ ଭଳି ବିକଳ୍ପ ମୂଲ୍ୟାୟନ ପଦ୍ଧତିରେ ଯୁକ୍ତ ଦୁଇର ମୂଲ୍ୟାୟନ କରାଯାଇଛି।

ମାଟ୍ରିକ ପରୀକ୍ଷା ଫଳ ଓ ଯୁକ୍ତ ଦୁଇ ପ୍ରାକ୍ଟିସ ପରୀକ୍ଷା ଫଳ ଆଧାରରେ ମୂଲ୍ୟାୟନ କରାଯାଇଛି। ସିବିଏସଇର ପଦ୍ଧତିକୁ ବି ଅନୁସରଣ କରାଯାଇଛି। ୩୦:୩୦:୪୦ ଅନୁପାତରେ ମାର୍କି କରାଯାଇଛି। ଦଶମରୁ ୩୦%, ଏକାଦଶ ପ୍ରଦର୍ଶନରୁ ୩୦% ନମ୍ବର ଦିଆଯାଇଛି। ଦଶମ ଓ ଏକାଦଶର ୩ଟି ଲେଖାଏଁ ବିଷୟର ସର୍ବାଧିକ ନମ୍ବର ବିଚାର ହେବ। ଦ୍ୱାଦଶ ଶ୍ରେଣୀ ୟୁନିଟ୍, ଟର୍ମ ଓ ପ୍ରାକ୍ଟିକାଲରୁ ୪୦% ନମ୍ବର ଦିଆଯାଇଛି।