Odisha Link
Bridging the Missing Links in Odisha

ପଶୁ କ୍ରୁରତା: ବିଷାକ୍ତ ଇଞ୍ଜେକ୍ସନ ଦେଇ ୩୦୦ କୁକୁରଙ୍କୁ ହତ୍ୟା

ଆନ୍ଧ୍ରପ୍ରଦେଶ: ବିଷାକ୍ତ ଇଞ୍ଜେକ୍ସନ ଦେଇ ୩୦୦ରୁ ଅଧିକ କୁକୁରଙ୍କୁ ହତ୍ୟା। ଏଭଳି ଅଭାବନୀୟ ଘଟଣା ପେଖିବାକୁ ମିଳିଛି ଆନ୍ଧ୍ର ପ୍ରଦେଶରେ ୩୦୦ ବୁଲା କୁକୁରଙ୍କୁ ବିଷଦେଇ ମାରି ଦିଆଯାଇଛି ଏବଂ ଆନ୍ଧ୍ରପ୍ରଦେଶ ଗୋଦାବରୀ ଜିଲ୍ଲୀ ନଦୀ କୂଳରେ ପୋତି ଦିଆଯାଇଛି।

ଜାତୀୟ ଗଣମାଧ୍ୟମକୁ ସୂଚନା ଦେଇ ଧର୍ମେଜିଗୁଡେମକ ଏସଆଇ ରମେଶ ଏକଥା ସ୍ପଷ୍ଟ କରିଛନ୍ତି। ତାଙ୍କ କହିବା ଅନୁଯାୟୀ ଲିଙ୍ଗପାଲେନ ଗ୍ରାମ ପଞ୍ଚାୟତର କର୍ମଚାରୀ ୨୯ ଜୁଲାଇରେ ପାଖାପାଖି ୩୦୦ ବୁଲାୁ କୁକୁରଙ୍କୁ ହତ୍ୟା କରିଥିବା ନେଇ ଏତଲା ଦେଇଥିଲେ।

ବିଷାକ୍ତ ଇଞ୍ଜେକସନ ଦେଇ ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ହତ୍ୟା କରାଯିବା ସହ ଗାଆଁ ନିକଟରେ ମଧ୍ୟ ପୋତି ଦିଆଯାଇଛି। ସେହି ଆଧାରରେ ପୋଲିସ ଧାରା ୪୨୯ ଏବଂ ପଶୁ କ୍ରୁରତା ନିବାରଣ ଅଧିନିୟମ ଅନୁୟାୟୀ ୧୯୬୦ ଧାରା ୧୧(ଏଲ) ଅନୁଯାୟୀ ମାମଲା ରୁଜୁ ହୋଇଛି।