Odisha Link
Bridging the Missing Links in Odisha

ମଉଳିଲା ପଦକ ଆଶା, ଟପ୍‌-୬ରେ ରହିଲେ କମଲପ୍ରୀତ୍

ଟୋକିଓ: ଟୋକିଓ ଅଲିମ୍ପିକ୍ସରେ ମଉଳିଆ ଆଉ ଏକ ପଦକ ଆଶା। ଡିସ୍‌କସ୍‌ ଥ୍ରୋ ଫାଇନାଲ ମୁକାବିଲାରେ ନୈରାଶ୍ୟଜନକ ପ୍ରଦର୍ଶନ କରିଛନ୍ତି କମଲପ୍ରୀତ୍‌ କୌର। ସେ ୬ଷଷ୍ଠ ସ୍ଥାନରେ ରହି ଅଲିମ୍ପିକ୍ସ ଯାତ୍ରା ଶେଷ କରିଛନ୍ତି। ପ୍ରଥମ ଭାରତୀୟ ଭାବେ କମଲପ୍ରୀତ୍‌ ଅଲିମ୍ପିକ୍ସରେ ଟପ୍‌-୬ରେ ଏଣ୍ଟ୍ରି କରିଛନ୍ତି।

କମଲପ୍ରୀତ୍‌ କୌର ଡିସ୍‌କସ୍‌ ଥ୍ରୋର ଫାଇନାଲ ମୁକାବିଲାରେ ୬ଷ୍ଠ ସ୍ଥାନରେ ରହି ପ୍ରଥମ ଅଲିମ୍ପିକ୍‌ ଯାତ୍ରା ଶେଷ କରିଛନ୍ତି। ଫାଇନାଲ ମୁକାବିଲାରେ ତାଙ୍କର ସର୍ବଶ୍ରେଷ୍ଠ ୬୩.୭୦ ମିଟର ରହିଥିଲା। ଡିସ୍‌କସ୍‌ ଥ୍ରୋରେ ଆମେରିକାର ଭାଲିରି ଅଲମାନ ୬୮.୯୮ ମିଟର ଥ୍ରୋ କରି ସ୍ବର୍ଣ୍ଣ ପଦକ ଜିତିଥିବା ବେଳେ ଜର୍ମାନୀ ଖେଳାଳି ଖ୍ରୀଷ୍ଟିନି ପୁଡେଞ୍ଜ ରୌପ୍ୟ ପଦକ ଜିତିଥିବା ବେଳେ କ୍ୟୁବାର ୟାମି ପେରଜ କାଂସ୍ୟ ପଦକ ଜିତିଛନ୍ତି।

Leave A Reply

Your email address will not be published.