Odisha Link
Bridging the Missing Links in Odisha

ଟୋକିଓ ଅଲିମ୍ପିକ୍ସ: ବ୍ରୋଞ୍ଚ ଲଢ଼େଇରେ ଭାରତୀୟ ମହିଳା ହକି ଦଳ ଆଗୁଆ

ଟୋକିଓ: ଟୋକିଓ ଅଲିମ୍ପିକ୍ସରେ ଆଜି ବ୍ରୋଞ୍ଜ ପଦକ ପାଇଁ ବ୍ରିଟେନ୍ ସହ ମୁକାବିଲା କରୁଛି ଭାରତୀୟ ମହିଳା ହକି ଦଳ। ଗ୍ରେଟ ବ୍ରିଟେନ ବିପକ୍ଷ ମ୍ୟାଚ୍‌ରେ ଭାରତର ଦମଦାର ପ୍ରଦର୍ଶନ ଜାରି ରଖିଛି। ୩-୨ ଗୋଲରେ ଆଗୁଆ ରହିଛି ଦଳ। ପ୍ରଥମ କାର୍ଟରେ ୦-୦ ଗୋଲ ସ୍ଥିତି ବରାବର ଥିଲା। ଦ୍ୱିତୀୟ କ୍ୱାର୍ଟର ପ୍ରଥମାର୍ଦ୍ଧରେ ଲଗାତାର ୨ଟି ଗୋଲ କରି ଆଗୁଆ ରହିଥିଲା ଭାରତୀୟ ହକି ଦଳ।

ଭାରତୀୟ ଦଳ ମଧ୍ୟ ଜବରଦସ୍ତ କମବ୍ୟାକ୍ କରିବା ସହ ୩ଟି ଗୋଲ ସ୍କୋର କରିଥିଲେ। ଭାରତୀୟ ଦଳ ପକ୍ଷରୁ ଗୁରଜିତ୍ କୌର ୨ଟି ଗୋଲ ଦେଇ ସ୍ଥିତି ବରାବର କରିଥିଲେ। ଏହା ପରେ ବନ୍ଦନା କାଟାରିୟା ଆଉ ଏକ ଗୋଲ ସ୍କୋର କରିବା ସହ ୩-୨ ଗୋଲରେ ଭାରତ ଆଗୁଆ ରହିଛି।

Leave A Reply

Your email address will not be published.