Odisha Link
Bridging the Missing Links in Odisha

ଅଗଷ୍ଟ ୧୬ରେ ପୁରୀ ଆସିବେ କେନ୍ଦ୍ର ରେଳମନ୍ତ୍ରୀ

ପୁରୀ: ଆସନ୍ତା ଅଗଷ୍ଟ ୧୬ ତାରିଖରେ ପୁରୀ ଆସିବେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ଏହି ଅବସରରେ ସେ ପୁରୀ ରେଳ ଭବନରେ ରହିବେ। ପୁରୀର ରେଳ ସମସ୍ୟା ରହିଛି ସେ ନେଇ ମନ୍ତ୍ରୀଙ୍କ ତରଫରୁ ପ୍ରାକ୍‌ ତଥ୍ୟ ସଂଗ୍ରହ କରାଯାଉଛି। ବହୁ ଦିନରୁ ଦାବି ହୋଇ ଆସୁଥିବା ପୁରୀ-କୋଣାର୍କ ରେଳ ପଥ ପ୍ରକଳ୍ପ ସମ୍ପର୍କରେ ରେଳମନ୍ତ୍ରୀ କିଛି ଘୋଷଣା କରିବା ନେଇ ମଧ୍ୟ ଆଶା କରାଯାଉଛି।

ପୁରୀ ଚକ୍ରତୀର୍ଥ ରୋଡସ୍ଥିତ ପୂରାତନ ବିଏନ୍‌ଆର ହୋଟେଲ ପରିସରରେ ଥିବା ବ୍ରିଟଶ ଅମଳର ଲୋକୋମୋଟିଭ୍‌ ଷ୍ଟିମ୍‌ ରେଳ ଇଞ୍ଜିନକୁ ଭୁବନେଶ୍ୱର ସ୍ଥାନାନ୍ତର ଉପରେ ମନ୍ତ୍ରୀ ତାଙ୍କର ପ୍ରତିକ୍ରିୟା ରଖିବେ। ଏହି ଇଞ୍ଜିନକୁ ଅନ୍ୟତ୍ର ସ୍ଥାନାନ୍ତର ନକରି ପୁରୀ ରେଳ ଷ୍ଟେସନରେ ଐତିହ୍ୟ ରୂପେ ସଂରକ୍ଷିତ ରଖିବାକୁ ପ୍ରସ୍ତୁତି କରୁଥିବାର ସୂଚନା ମିଳିଛି। ପୁରୀ ଷ୍ଟେସନ ସମ୍ମୁଖରେ ରଖାଯିବ ବୋଲି କୁହାଯାଉଛି।