Odisha Link
Bridging the Missing Links in Odisha

ପୁଣି ଜଣେ ଠକ ଯୁବତୀକୁ ଗିରଫକଲା ପୋଲିସ

ଭୁବନେଶ୍ବର : ଭୁବନେଶ୍ବର ଏମ୍ସରୁ ପୁଣି ଜଣେ ଠକ ଯୁବତୀ ଗିରଫ ହୋଇଛି। ଚାକିରି କରାଇ ଦେବାକୁ କହି ଲକ୍ଷାଧିକ ଟଙ୍କା ଠକେଇ କରିଥିବା ଅଭିଯୋଗ ହୋଇଛି। ନିଜକୁ ଏମ୍ସର କର୍ମଚାରୀ କହି ଲୋକଙ୍କୁ ଠକି ଟଙ୍କା ନେଉଥିଲା। ଏହା ଜାଣିବା ପରେ ଖଣ୍ଡଗିରି ଥାନାରେ ଯୁବତୀଙ୍କ ନାରେ ଏତଲା ଦିଆଯାଇଥିଲା। ଗିରଫ ଯୁବତୀ ଜଣଙ୍କ ହେଲେ କନ୍ଧମାଳର ସାବିତ୍ରୀ ବେହେରା। ପୂର୍ବରୁ ମଧ୍ୟ ଠକେଇ ଅଭିଯୋଗରେ ଏମ୍ସରୁ ଜଣେ ଯୁବତୀଙ୍କୁ ଗିରଫ କରିଥିଲା ପୋଲିସ।