Odisha Link
Bridging the Missing Links in Odisha

ଜେଟଲୀଙ୍କ ସ୍ବାସ୍ଥ୍ୟବସ୍ଥା ବୁଝିବା ପାଇଁ ଏମ୍‌ସ ପହଞ୍ଚିଲେ ଆଡଭାନୀ

ନୂଆଦିଲ୍ଲୀ: ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ସ୍ବାସ୍ଥ୍ୟବସ୍ଥା ସଙ୍କଟାପନ୍ନ ରହିଛି। ବର୍ତ୍ତମାନ ଏବେ ସେ ଦିଲ୍ଳୀ ଏମ୍‌ସର ସ୍ବତନ୍ତ୍ର ଓ୍ବାର୍ଡରେ ଭେଣ୍ଟିଲେଟରରେ ରହିଛନ୍ତି। ଆଜି ମଧ୍ୟାହ୍ଣରେ ବିଜେପିର ବରିଷ୍ଠ ନେତା ଏଲକେ ଆଡଭାନୀ ଏମ୍‌ସରେ ପହଞ୍ଚି ଜେଟଲୀଙ୍କ ସ୍ୱାସ୍ଥ୍ୟାବସ୍ଥା କଥା ପଚାରି ବୁଝିଛନ୍ତି। ଅଗଷ୍ଟ ୯ରୁ ଶ୍ୱାସକ୍ରିୟାରେ ସମସ୍ୟା ଉପୁଜିବାରୁ ଜେଟଲୀଙ୍କୁ ଏମସରେ ଭର୍ତ୍ତି କରାଯାଇଥିଲା।

ସେବେଠାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଠାରୁ ଆରମ୍ଭ କରି ବହୁ ବିଶିଷ୍ଠ ବ୍ୟକ୍ତି ଏମ୍‌ସ ଯାଇ ତାଙ୍କ ସ୍ୱାସ୍ଥ୍ୟାବସ୍ଥା କଥା ବୁଝିବାରେ ଲାଗିଛନ୍ତି। ଗତକାଲି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ସ୍ମୃତି ଇରାନୀ, ଜିତେନ୍ଦ୍ର ସିଂହ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପ୍ରମୁଖ ଏମ୍‌ସ ଯାଇଥିଲେ। ଅନ୍ୟପକ୍ଷରେ ଜେଟଲୀଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ଅଗଷ୍ଟ ୧୦ ପରଠାରୁ ଏଯାଏ ଏମ୍‌ସ ପକ୍ଷରୁ କୌଣସି ବୁଲେଟିନ୍‌ ଜାରି କରାଯାଇନାହିଁ। ଜେଟଲୀଙ୍କ ଆଶୁ ଆରୋଗ୍ୟ କାମନା କରି ବିଭିନ୍ନ ସ୍ଥାନରେ ପୂଜାର୍ଚ୍ଚନା କରାଯାଉଛି।

Comments are closed.