Odisha Link
Bridging the Missing Links in Odisha

ଯାଜପୁର: ଟ୍ରେନ୍‌ରେ କଟିଗଲେ ୪ଜଣ, ୪ ଗୁରୁତର

ଓଏଲ୍‌ ବ୍ୟୁରୋ: ବାହାନଗା ଟ୍ରେନ୍‌ ଟ୍ରାଜେଡି ମନରୁ ଲିଭିନଥିଲା ବେଳେ ଯାଜପୁର ରୋଡରରେ ଆଉ ଏକ ଲୋମଟାଙ୍କୁରା ଅଘଟଣ ଘଟିଛି। ମାଲଗାଡ଼ି ତଳେ ବର୍ଷା ଲାଗି ଆଶ୍ରୟ ନେଇଥିବା ଚାରି ଜଣ ଶ୍ରମିକଙ୍କ ଅକାଳ ମୃତ୍ୟୁ ଘଟିଛି। ଆଉ ଚାରି ଜଣ ଗୁରୁତର ଆହତ ହୋଇଛନ୍ତି। ବୁଧବାର ଅପରାହ୍ନରେ ଯାଜପୁର ରୋଡ ରେଳ ଷ୍ଟେସନ ନିକଟରେ ଘଟିଛି ଏହି ଅଘଟଣ।

ତେବେ ବର୍ଷା, ପବନରୁ ରକ୍ଷା ପାଇଁ ଟ୍ରେନ ତଳେ ଆଶ୍ରୟ ନେଇଥିଲେ ଏମାନେ । ହେଲେ ହଠାତ୍ ଟ୍ରେନ ଛାଡି ଦେବାରୁ ଆଉ ଜମା ବାହାରକୁ ଆସି ପାରିଲେନି । ସେହି ଟ୍ରେନ ତଳେ ରହିଯିବାରୁ ୪ ଜଣଙ୍କ ମୃତ୍ୟୁ, ୪ ଗୁରୁତର ବୋଲି ପ୍ରାଥମିକ ଭାବେ ଖବର ମିଳିଛି ।