Odisha Link
Bridging the Missing Links in Odisha

ଉତ୍ତର-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର: ପାଣିପାଗ ବିଭାଗ

ଆସନ୍ତା ୨୪ ଘଣ୍ଟାରେ ସୁଦୃଶ୍ୟ ଲଘୁଚାପ ରୂପ ନେବା ସମ୍ଭାବନା

ଓଏଲ୍‌ ବ୍ୟୁରୋ: ଉତ୍ତର-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ମିଆଁମାର ଉପକୂଳରେ ସୃଷ୍ଟି ହୋଇଛି ଏହି ଲଘୁଚାପ କ୍ଷେତ୍ର। ଆସନ୍ତା ୨୪ ଘଣ୍ଟାରେ ସୁଦୃଶ୍ୟ ଲଘୁଚାପ ରୂପ ନେବା ସମ୍ଭାବନା ଥିବା ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି।

ସୂଚନାଯୋଗ୍ୟ, ଗତକାଲି ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ତାଣ୍ଡବ କରିଥିଲା। କାଳବୈଶାଖୀ ପରେ ବିଭିନ୍ନ ସ୍ଥାନରେ ଚାଳ ଛପର ଘର ଭାଙ୍ଗିବା ସହ ଗଛଭାଙ୍ଗିଥିବା ଦେଖିବାକୁ ମିଳିଛି। ଯାହା ପରେ ବିଭିନ୍ନ ସ୍ଥାନରେ ବର୍ଷା ହୋଇ ଅନେକ ସମୟ ଧରି ବିଦ୍ୟୁତ କାଟ ହୋଇଥିଲା।

Leave A Reply

Your email address will not be published.