ପିଛା ଛାଡ଼ୁନି ଦୁର୍ଘଟଣା; ଘାଟିରୁ ପିକ୍ଅପ୍ ଭ୍ୟାନ ଖସି ଜଣେ ମୃତ, ୬ ଆହତ
ଆହତ ବ୍ୟକ୍ତିଙ୍କୁ ଜୟପାଟଣା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଓଏଲ୍ ବ୍ୟୁରୋ: କିଛି ଦିନ ହେବ ଲାଗିରହିଛି ଦୁର୍ଘଟଣା। ସଡ଼କ ଦୁର୍ଘଟଣା ଖବର ଏବେ ଚିନ୍ତାର ବିଷୟ ପାଲଟିଛି। ଜୟପାଟଣା ଘାଟିରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଭାରସାମ୍ୟ ହରାଇ ଘାଟିରୁ ଖସିପଡ଼ିଲା ପିକ୍ଅପ୍ ଭ୍ୟାନ। ଭାରସାମ୍ୟ ହରାଇ ଘାଟିରୁ ପିକ୍ଅପ୍ ଭ୍ୟାନ ଖସିବା ପରେ ଘଟଣାସ୍ଥଳରେ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି। ଦୁର୍ଘଟଣାରେ ସମ୍ମୁଖୀନ ହୋଇ ୬ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ଆହତ ବ୍ୟକ୍ତିଙ୍କୁ ଜୟପାଟଣା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗୁରୁତରଙ୍କ ମଧ୍ୟରେ ଅନେକ ମହିଳା ଥିବା ସୂଚନା ରହିଛି।