ବରିଷ୍ଠ ନାଗରିକଙ୍କ ପାଇଁ ଖୁସିର ମୁହୂର୍ତ୍ତ; ତୀର୍ଥଯାତ୍ରା ଯୋଜନା ଅଧୀନ ଟ୍ରେନର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

ଓଏଲ୍ ବ୍ୟୁରୋ: ବରିଷ୍ଠ ନାଗରିକଙ୍କ ପାଇଁ ଖୁସି ଖବର। ଆଜି ବରିଷ୍ଠ ନାଗରିକ ତୀର୍ଥଯାତ୍ରାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବରିଷ୍ଠ ନାଗରିକ ମାନେ ଅଧ୍ୟାତ୍ମିକ ଯାତ୍ରାର ଦିବ୍ୟ ଅନୁଭବ ପାଇବେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଯୋଜନା’ ଅଧୀନରେ ବ୍ରହ୍ମପୁର ରେଳ ଷ୍ଟେସନଠାରୁ କନ୍ୟାକୁମାରୀ-ତ୍ରିଭେନ୍ଦ୍ରମ୍ ଅଭିମୂଖୀ ଟ୍ରେନର ଶୁଭାରମ୍ଭ କରିବାକୁ ଯାଉଛନ୍ତି।
ରାଜ୍ୟର ବରିଷ୍ଠ ଲୋକମାନଙ୍କୁ ଦେଶର ବିଭିନ୍ନ ତୀର୍ଥସ୍ଥାନ ଭ୍ରମଣ ପାଇଁ ୨୦୧୬ ମସିହାରୁ କାର୍ଯ୍ୟକାରୀ କରିଛନ୍ତି। ଚଳିତବର୍ଷ ତୀର୍ଥଯାତ୍ରାରେ ଯିବା ପାଇଁ ବରିଷ୍ଠ ନାଗରିକମାନେ ଆଗାମୀ ନଭେମ୍ବର ୧ତାରିଖରୁ ୧୦ତାରିଖ ମଧ୍ୟରେ ଅନଲାଇନ ଜରିଆରେ ଆବେଦନ କରିପାରିବେ। ଯେଉଁ ବରିଷ୍ଠ ନାଗରିକ ତୀର୍ଥଯାତ୍ରା କରିବା ପାଇଁ ଇଚ୍ଛୁକ ଥିବେ yatra.odisha.gov.in ଜରିଆରେ ଆବେଦନ କରିପାରିବେ।
ଯେଉଁ ବରିଷ୍ଠ ନାଗରିକ ଅନଲାଇନ ଜରିଆରେ ଆବେଦନ କରିପାରିବେ ନାହିଁ ସେମାନେ ଆବଶ୍ୟକ ଆବେଦନ ଫର୍ମକୁ ପୂରଣ କରି ବରିଷ୍ଠ ନାଗରିକ ଜଣଙ୍କୁ ବ୍ୟକ୍ତିଗତଭାବେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କିମ୍ବା ଡାକ ଯୋଗେ ପଠାଇ ପାରିବେ। ତୀର୍ଥଯାତ୍ରା ଯିବା ପାଇଁ ଇଚ୍ଛା ପ୍ରକାଶ କରୁଥିବା ବ୍ୟକ୍ତିଙ୍କର ବୟସ ୬୦ବର୍ଷରୁ ଅଧିକ ଏବଂ ୭୫ବର୍ଷ ବୟସରୁ କମ୍ ଥିବା ଆବଶ୍ୟକ। ବ୍ୟକ୍ତି ଜଣଙ୍କ ଓଡିଶାବାସୀ ହେଇଥିବେ। ଚଳିତବର୍ଷ ରାଜ୍ୟର ବିଭିନ୍ନ ସ୍ଥାନରୁ ୯ଟି ଟ୍ରେନ ଯୋଗେ ବରିଷ୍ଠ ନାଗରିକମାନଙ୍କୁ ତୀର୍ଥଯାତ୍ରାରେ ନେବା ପାଇଁ ରାଜ୍ୟସରକାର ବନ୍ଦୋବସ୍ତ କରିଛନ୍ତି। ରାଜ୍ୟସରକାରଙ୍କ ଏଭଳି ଯୋଜନାକୁ ବରିଷ୍ଠ ମାନେ ସ୍ୱାଗତ ଯୋଗ୍ୟ ବୋଲି କହିଛନ୍ତି।