ପୁଲଓ୍ବାମା ଆକ୍ରମଣ ପୁଣିଥରେ ଚର୍ଚ୍ଚାରେ

ନୂଆଦିଲ୍ଲୀ: ପୁଣିଥରେ ଚର୍ଚ୍ଚାରେ ପୁଲଓ୍ବାମା ଆକ୍ରମଣ। କାରଣ ଜମ୍ମୁ-କଶ୍ମୀର ପୁଲଓ୍ବାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ରିପୋର୍ଟର ତଥ୍ୟ ପ୍ରକାଶ ପାଇଛି। ଏହି ରିପୋର୍ଟ ପ୍ରକାଶ କରିଛି ସିଆର୍ପିଏଫ୍। ପ୍ରକାଶିତ ହୋଇଥିବା ଏହି ରିପୋର୍ଟରେ ଗୋଇନ୍ଦା ବିଭାଗ ବିଫଳତାକୁ ଇସାରା କରିଛି ସିଆରପିଏଫ୍। ଏହି ରିପୋର୍ଟରେ ଦର୍ଶାଯାଇଛି ଯେ, ଫେବୃୟାରୀ ୧୪ରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ଭାରତୀୟ ସେନାର ୪୦ ଯବାନ ଶହୀଦ୍ ହୋଇଥିଲେ। ଏହି ଘଟଣାରେ ଗୋଇନ୍ଦା ବିଭାଗ ବିଫଳ ରହିଥିବା କୁହାଯାଇଛି।
ଅପରପକ୍ଷେ କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରକାଶିତ ରିପୋର୍ଟର ଏହା ବିପରୀତ ବୋଲି କୁହାଯାଉଛି। କେନ୍ଦ୍ର ସରକାରଙ୍କ ରିପୋର୍ଟରେ ଗୋଇନ୍ଦା ବିଭାଗ ଉପରେ ଦୋଷାରୋପ କରାଯାଇ ନ ଥିଲା। ସିଆର୍ପିଏଫ୍ ରିପୋର୍ଟ ପ୍ରକାଶ ପାଇବା ପରେ ଏବେ ପୁଣି ପୁଲଓ୍ବାମା ଆକ୍ରମଣକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।