Odisha Link
Bridging the Missing Links in Odisha

ନିର୍ମମ ହତ୍ୟାକାଣ୍ଡ: ସ୍ତ୍ରୀକୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କଲା ସ୍ୱାମୀ

ଓଏଲ୍‌ ବ୍ୟୁରୋ: ବଡ଼ଗଡ଼ ଥାନା ରୁଗୁମୁ ଗାଁରେ ଅଭାବନୀୟ ଘଟଣା ଘଟିଥିବା ଖବର ସାମ୍ନାକୁ ଆସିଛି। ସ୍ତ୍ରୀକୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କଲା ସ୍ୱାମୀ। ଗ୍ୟାସରେ ରୋଷେଇ କରିବାରୁ ସ୍ତ୍ରୀ ସହ ସ୍ୱାମୀ ବଚସା କରିଥିଲା। ଯୁକ୍ତିତର୍କ ପରେ ଗୁଡ଼ିଆମ୍ବ ଛକକୁ ମହିଳା ଜଣକ ପଳାଇ ଆସିଥିଲେ। ପଛେ ପଛେ ସ୍ୱାମୀ ଆସି ପୁଣି ଯୁକ୍ତିତର୍କ ସହ ହାଣି ଦେଇଥିଲା। ଅଭିଯୋଗ କ୍ରମେ ପୁଲିସ ଘଟଣା ସ୍ଥଳରେ ପହଂଚି ଅଭିଯୁକ୍ତ ସ୍ୱାମୀକୁ ଅଟକ ରଖି ପଚରାଉଚରା ଜାରି କରିଛି।