ଭଉଣୀକୁ ବଞ୍ଚାଇ ଭାଇ ମୃତ

ବଲାଙ୍ଗିର: ସାନ ଭଉଣୀକୁ ବଞ୍ଚାଇବାକୁ ଯାଇ ବଡ଼ ଭାଇର ମୃତୁ୍ୟ ହେବା ଭଳି ଏକ ଅଭାବନୀୟ ଘଟଣା ଘଟିଛି। ମୁରିବାହାର ଥାନା ଗୁରୁଣ୍ଡା ଗ୍ରାମରେ ଏହି ଦୁଃଖଦ ଘଟଣା ଘଟିଛି। ଘର ଓଳାଇବା ବେଳେ ଉଭଣୀ ଜଣକ ବିଦୁ୍ୟତ ତାର ସମ୍ପର୍କରେ ଆସିଯାଇଥିଲେ। ଏହି ଅବସରରେ ଉଭଣୀକୁ ଉଦ୍ଧାର କରିବାକୁ ଯାଇଥିବା ବଡ଼ ଭାଇକୁ ବିଦୁ୍ୟତ ଆଘାତ ଲାଗିଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ କଣ୍ଟାବାଂଜି ଡାକ୍ତରଖାନା ନିଆଯାଇଥିବାବେଳେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।