ଚିନ୍ତା ବଢ଼ାଉଛି କରୋନାର ନୂଆ ଭାରିଆଣ୍ଟ; ଗଲାଣି ୧୨ ଜୀବନ

ଓଏଲ୍ ବ୍ୟୁରୋ: ଦେଶରେ କରୋନା ମାମଲା କ୍ରମାଗତ ଭାବେ ବୃଦ୍ଧି ପାଉଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୭୬୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୨ ଜଣଙ୍କର ମୃତ୍ୟୁ ହୋଇଛି। ବର୍ତ୍ତମାନ ଦେଶରେ କରୋନା ସକ୍ରିୟ ମାମଲା ସଂଖ୍ୟା ୪୩୩୪କୁ ବୃଦ୍ଧିପାଇଛି।
ଅନ୍ୟପଟେ, ଚିନ୍ତା ବଢ଼ାଉଛି କରୋନାର ନୂଆ ଭାରିଆଣ୍ଟ JN.1। ୨ କରୋନା ନୂଆ ଭାରିଏଣ୍ଟ JN.1 ଆକ୍ରାନ୍ତ ଚିହ୍ନଟ। ୨ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ସୁସ୍ଥ ସୁନ୍ଦରଗଡ଼ ଜିଲ୍ଲାର ହୋଇଥିବାବେଳେ ଅନ୍ୟ ଜଣେ ଆକ୍ରାନ୍ତ ଭୁବନେଶ୍ବର ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ୨ ଜଣ ଆକ୍ରାନ୍ତଙ୍କ କେରଳରୁ ଫେରିଥିଲେ।
ମୋଟ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୨୭କୁ ବୃଦ୍ଧି ପାଇଛି। ଗତ ୨୪ଘଣ୍ଟାରେ ୬୦୨ କୋରୋନା ଆକ୍ରାନ୍ତ ଚିହ୍ନଟ। ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୪୪୪୦କୁ ବୃଦ୍ଧି ପାଇଛି। ପୂର୍ବରୁ ଚିହ୍ନଟ ଆକ୍ରାନ୍ତଙ୍କ ନିକଟରେ ଲକ୍ଷଣ କମ୍ ଅଛି। ଏହା ସହ ନୂଆ ଭାରିଆଣ୍ଟ ପାଇଁ ଫେରିଲା କୋଭିଡ କଟକଣା। କର୍ଣ୍ଣାଟକରେ ବ୍ୟାପୁଛି JN.1 ଭାରିଆଣ୍ଟ। ସଂକ୍ରମିତଙ୍କ ଲାଗି କଡ଼ା କଟକଣା କରାଯାଇଛି। ରାଜ୍ୟରେ ନୂଆ କୋଭିଡ୍ ପଜିଟିଭ୍ ମାମଲା ନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ରାଜ୍ୟରେ ଜେଏନ୍ ୧ ଭାରିଆଣ୍ଟ ସଂକ୍ରମଣକୁ ନେଇ ଚିନ୍ତା ବଢ଼ିଛି।