Odisha Link
Bridging the Missing Links in Odisha

ଅନ୍ତିମ ପର୍ଯ୍ୟାୟରେ ପରିକ୍ରମା ପ୍ରକଳ୍ପ କାର୍ଯ୍ୟ; ଆସନ୍ତା ୧୨ରୁ ଖୋଲିବ ଶ୍ରୀସେତୁ

ଓଏଲ୍‌ ବ୍ୟୁରୋ: ଜାନୁଆରୀ ୧୭ରେ ପରିକ୍ରମା ପ୍ରକଳ୍ପର ଲୋକାର୍ପଣ କରାଯିବ। ସେଥିପାଇଁ ସମସ୍ତ ପ୍ରସ୍ତୁତି ଅନ୍ତିମ ପର୍ଯ୍ୟାୟରେ। ସାଧାରଣ ଲୋକଙ୍କ ପାଇଁ ୧୨ରୁ ଖୋଲାଯିବ ଶ୍ରୀସେତୁ। ପୁରୀ ଆସୁଥିବା ଲୋକେ ସମଙ୍ଗ ମୌଜାରେ ପାର୍କିଂ କରିବେ। ପରେ ଜଗନ୍ନାଥ ବଲ୍ଲଭ ପାର୍କିଂ, ଶ୍ରୀଦାଣ୍ଡ ଦେଇ ପରିକ୍ରମା ମାର୍ଗରେ ପହଞ୍ଚିବେ। ଜଗନ୍ନାଥ ବଲ୍ଲଭରେ‌ ଗୁଆ ଚାଉଳ, ସଂଗ୍ରହ ହେବ। ୮୦୦ମି ଶ୍ରୀଦାଣ୍ଡ ରାସ୍ତା ୧୬ପୂର୍ବରୁ ଶେଷ ହେବ। ଏନେଇ ମୁଖ୍ୟ ଶାସନ ସଚିବ ପ୍ରଦିପ ଜେନା ସୂଚନା ଦେଇଛନ୍ତି।

ପରିକ୍ରମା ପ୍ରକଳ୍ପ ଉତ୍ସବ ପାଇଁ ଜୋରସରରେ ଲାଗିଛି ମନ୍ଦିର ପ୍ରଶାସନ। ପ୍ରଭୁ ଲିଙ୍ଗରାଜଙ୍କ ପରେ ଯାଜପୁର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କୁ ନିମନ୍ତ୍ରଣ କରାଯାଇଛି। ମା ବିରଜା ମନ୍ଦିରର ମୁଖ୍ୟ ପୂଜକଙ୍କୁ ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ ଏବଂ ପୁରୀ ପ୍ରଶାସନ ପକ୍ଷରୁ ନିମନ୍ତ୍ରଣ କରାଯାଇଛି। ଏହା ସହ ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କରାଯାଇଅଛି।

ନିମନ୍ତ୍ରଣ ପରେ ରାମଚନ୍ଦ୍ର ଦାସ ମହାପାତ୍ର ପ୍ରତିକ୍ରିୟା ରଖିଛନ୍ତି। ମୁଖ୍ୟମନ୍ତ୍ରୀ ମୁଠାଏ ଚାଉଳ ଓ ଗୁଆ ଦେଲେ। ପରିକ୍ରମା ପ୍ରକଳ୍ପ ହାତକୁ ନେଇ ଇତିହାସ ରଚିଲେ ମୁଖ୍ୟମନ୍ତ୍ରୀ। ନବୀନ ପଟ୍ଟନାୟକଙ୍କ ନାଁ ଇତିହାସରେ ଲିପିବଦ୍ଧ ହେବ। ସମସ୍ତ ଜଗନ୍ନାଥପ୍ରେମୀ ଲୋକାର୍ପଣ ଉତ୍ସବରେ ଯୋଗ ଦିଅନ୍ତୁ। ଜଗନ୍ନାଥଙ୍କ ବିନା ଏ ପ୍ରକଳ୍ପ ସମ୍ଭବ ନୁହେଁ ବୋଲି ରାମଚନ୍ଦ୍ର ଦାସ ମହାପାତ୍ର କହିଛନ୍ତି।

Leave A Reply

Your email address will not be published.