Odisha Link
Bridging the Missing Links in Odisha

ସୋମାଲିଆ ଉପକୂଳରୁ ଜାହାଜ ଅପହରଣ! ଜାହାଜରେ ଥିଲେ ୧୫ ଜଣ ଭାରତୀୟ

ଓଏଲ୍‌ ବ୍ୟୁରୋ: ସୋମାଲିଆ ଉପକୂଳରୁ ଏକ ଜାହାଜକୁ ଅପହରଣ କରାଯାଇଥିବା ଖବର ସାମ୍ନାକୁ ଆସିଛି। ଅପହରଣ ହୋଇଥିବା ଜାହାଜର କ୍ରୁ ସଦସ୍ୟମାନଙ୍କ ମଧ୍ୟରେ ୧୫ ଜଣ ଭାରତୀୟ ନାଗରିକ ଅଛନ୍ତି। ଭାରତୀୟ ନୌସେନା ସ୍ଥିତି ଉପରେ ନଜର ରଖିଛି। ଅପହରଣ କରାଯାଇଥିବା ଜାହାଜର ନାମ ଏମଭି ଲୀଲା ନର୍‌ଫୋଲ୍କ ଏବଂ ଏଥିରେ ଲାଇବେରିଆ ପତାକା ଲାଗିଛି।

ସୂଚନା ଅନୁସାରେ, ଅପହୃତ ଜାହାଜ ଉପରେ ନଜର ରଖିବା ପାଇଁ ନୌସେନା ତା’ର ବିମାନ ନିୟୋଜିତ କରିଛି। ଜାହାଜର କର୍ମଚାରୀମାନଙ୍କ ସହିତ ଯୋଗାଯୋଗ ମଧ୍ୟ ସ୍ଥାପିତ ହୋଇଛି। ଏଥିସହ ନୌସେନା ନିଜ ଯୁଦ୍ଧ ଜାହାଜ ଆଇଏନଏସ ଚେନ୍ନଇକୁ ଅପହରଣ ହୋଇଥିବା ଜାହାଜ ଆଡ଼କୁ ପଠାଇଛି। ତେବେ ଏହି ଜାହାଜକୁ ଜଳଦସ୍ୟୁ ନା ଅନ୍ୟ କେଉଁ ସଂଗଠନ ଅପହରଣ କରିଛି ବର୍ତ୍ତମାନସୁଦ୍ଧା ତାହା ସ୍ପଷ୍ଟ ହୋଇନାହିଁ।

Leave A Reply

Your email address will not be published.